ଏନଡିଏ ଉପରେ ବଡ଼ ବୟାନ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ,କହିଲେ ମୋଦିଙ୍କୁ ...

ପାଟନା : ମୋଦି କ୍ୟାବିନେଟ ଛାଡିବା ଗୁଜବ ଉପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝୀ ମୁହଁ ଖୋଲିଛନ୍ତି। ସେ ମିଥ୍ୟା ଖବର ପ୍ରସାରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ମଧ୍ୟ କହିଛନ୍ତି। ଜିତନ ରାମ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, କିଛି ୱେବ ପୋର୍ଟାଲ ଏବଂ ନ୍ୟୁଜ ଚ୍ୟାନେଲ ମିଛ ଖବର ପ୍ରଚାର/ପ୍ରସାରଣ କରିଛନ୍ତି ଯେ ମୁଁ କ୍ୟାବିନେଟରୁ ଇସ୍ତଫା ଦେବି।

ମୁଁ ଏପରି ଲୋକଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ କେବେ ବି ଛାଡିବି ନାହିଁ। ଆମେ ସମସ୍ତେ ଦେଶ ଏବଂ ବିହାରର ହିତ ପାଇଁ କାମ କରୁଛୁ କିନ୍ତୁ କିଛି ଗଣମାଧ୍ୟମ ସଂସ୍ଥା ବିରୋଧୀଙ୍କ ଇଙ୍ଗିତରେ ଆମକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଏପରି ଲୋକଙ୍କୁ କହିବାକୁ ଚାହୁଁଛି ଯେ, ସେମାନେ ସତର୍କ ରୁହନ୍ତୁ, ନଚେତ୍ ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ଏବଂ ପ୍ରେସ କାଉନସିଲରେ ସେମାନଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବି ବୋଲି ଖୋଲା ଚେତାବନୀ ଦେଇଛନ୍ତି ଜତୀନ ।

Jitan Ram Manjhi

ସୁଚନାନୁସରେ କିଛି ଦିନ ପୂର୍ବରୁ ମୁଙ୍ଗେରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମୋଦି ସରକାରଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ସମୟରେ ମାନଝୀ କ୍ୟାବିନେଟ ଛାଡିବାକୁ ଧମକ ମଧ୍ୟ ଦେଇଥିଲେ। ସେ କହିଥିଲେ, ଏନଡିଏରେ ତାଙ୍କ ଦଳକୁ ଉପଯୁକ୍ତ ଧ୍ୟାନ ଦିଆଯାଉନାହିଁ। କିନ୍ତୁ ବର୍ତ୍ତମାନ ସ୍ପଷ୍ଟ କରି କହିଛନ୍ତି ଯେ, ତାଙ୍କର ଏନଡିଏ ପ୍ରତି କୌଣସି ଅସନ୍ତୋଷ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+