ବଡ଼ ବଡ଼ ଦେଶକୁ ପଛରେ ପକାଇଲା ଭାରତ, ସାମିଲ ହେଲା ଶ୍ରେଷ୍ଠ ପନ୍ଦର ୫ଜି ଦେଶ ମଧ୍ୟରେ
ନୂଆଦିଲ୍ଲୀ: ପ୍ରାୟ ଗୋଟେ ବର୍ଷ ପୂର୍ବେ ଭାରତରେ ୫ଜି ନେଟୱାର୍କ ଲଞ୍ଚ ହୋଇଥିଲା । ସେତେବେଳେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ଦୃଷ୍ଟିରୁ ଭାରତର ମାନ୍ୟତା ଅତ୍ୟନ୍ତ ଖରାପ ଥିଲା । କିନ୍ତୁ ବର୍ତ୍ତମାନ ଗୋଟିଏ ବର୍ଷ ପରେ ପରିସ୍ଥିତି ବଦଳି ଯାଇଛି । ଆଜି ଦ୍ରୁତତମ ସ୍ପିଡ୍ ୫ଜି ନେଟୱାର୍କ ଦିଆଯାଉଥିବା ବିଶ୍ୱର ଶ୍ରେଷ୍ଠ ୧୫ ଦେଶ ତାଲିକାରେ ଭାରତ ଅନ୍ତର୍ଭୁକ୍ତ ହୋଇଛି ।
ଭାରତରେ ଜିଓ ଏବଂ ଏୟାରଟେଲ ଦ୍ୱାରା ହାଇ ସ୍ପିଡ୍ ୫ଜି ନେଟୱାର୍କ ଦିଆଯାଉଛି । ୨୦୨୩ର ଚତୁର୍ଥ ତ୍ରୟମାସରେ ରହିଥିବା ଦେଶର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୦୧.୮୬ ଏମ୍ବିପିଏସ୍ ଭାରତକୁ ଅତ୍ୟାଧୁନିକ ୫ଜି ଭିତ୍ତିଭୂମି ଥିବା ଦେଶ ସୂଚୀରେ ସ୍ଥାନିତ କରିଛି । ଭାରତର ଟେଲିକମ୍ ଶିଳ୍ପର ପରିବର୍ତ୍ତିତ ଦୃଶ୍ୟପଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ବିସ୍ତାର କରିଛି ।

ଜିଓ ଦ୍ରୁତ ଗତିରେ ୫ଜି କ୍ଷେତ୍ରରେ କାର୍ଯ୍ୟ କରୁଛି । ୨୦୨୪ ଫେବୃଆରୀ ସୁଦ୍ଧା ଭାରତରେ ୪.୨୫ ଲକ୍ଷ ୫ଜି ବିଟିଏସ୍ ସ୍ଥାପନ କରାଯାଇଛି ଯେଉଁଥିରୁ ପ୍ରାୟ ୮୦% ବିଟିଏସ୍ ରିଲାଏନ୍ସ ଜିଓ ସ୍ଥାପନ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ଭାରତରେ ୫ଜି ନେଟୱର୍କ ବିସ୍ତାର କରିବା ପାଇଁ ବ୍ୟାପକ ପୁଞ୍ଜିନିବେଶ କରିଛନ୍ତି, ଯାହା ଫଳରେ ଦେଶରେ ୫ଜି ଉପଲବ୍ଧତାରେ ବୃଦ୍ଧି ଦେଖାଯାଇଛି । ଦ୍ରୁତତମ ୫ଜି ଡାଉନଲୋଡ୍ ସ୍ପିଡ୍ ଥିବା ଦେଶଗୁଡିକ ମଧ୍ୟରେ ରହିଛି
ୟୁଏଇ - ୬୫୪ ଏମ୍ବିପିଏସ୍
କାତାର - ୫୧୬ ଏମ୍ବିପିଏସ୍
ଦକ୍ଷିଣ କୋରିଆ - ୪୮୫ ଏମ୍ବିପିଏସ୍
ମାଲେସିଆ - ୪୫୧ ଏମ୍ବିପିଏସ୍
ବ୍ରାଜିଲ - ୪୪୯ ଏମ୍ବିପିଏସ୍
ଡୋମିନିକାନ୍ ରିପବ୍ଲିକ୍ - ୪୦୩ ଏମ୍ବିପିଏସ୍
ବହାରେନ - ୩୭୫ ଏମ୍ବିପିଏସ୍
କୁଏତ -୩୬୯ ଏମ୍ବିପିଏସ୍
ମାକାଉ - ୩୩୮ ଏମ୍ବିପିଏସ୍
ସିଙ୍ଗାପୁର - ୩୨୯ ଏମ୍ବିପିଏସ୍
ସାଉଦି ଆରବ - ୩୨୩ ଏମ୍ବିପିଏସ୍
ନ୍ୟୁଜିଲ୍ୟାଣ୍ଡ - ୩୧୬ ଏମ୍ବିପିଏସ୍
ବୁଲଗେରିଆ - ୩୦୬ ଏମ୍ବିପିଏସ୍
ଭାରତ - ୩୦୧ ଏମ୍ବିପିଏସ୍
ଭାରତ ହେଉଛି ସେହି ଦେଶ ଯିଏ ବିଶ୍ୱର ଦ୍ରୁତ ଗତିରେ ୫ଜି ରୋଲ କରୁଛି । ଡିସେମ୍ବର ୨୦୨୩ ଶେଷ ସୁଦ୍ଧା ଭାରତରେ ୪୦୦ ହଜାର ୫ଜି ବେସ୍ ଷ୍ଟେସନ୍ ଥିଲା, ଯାହା ଜାନୁୟାରୀ ୨୦୨୩ ତୁଳନାରେ ୭.୭ ଗୁଣ ବୃଦ୍ଧି ପଞ୍ଜିକୃତ ହୋଇଛି । ୨୦୨୩ ର ଚତୁର୍ଥ ତ୍ରୟୋ ମାସିକରେ, ୫ଜି ମଧ୍ୟମ ଡାଉନଲୋଡ୍ ସ୍ପିଡ୍ ୩୦୧.୮୬ ଏମ୍ବିପିଏସ୍ ଥିଲା, ଯାହା ୪ଜି ସ୍ପିଡ୍ ଠାରୁ ୧୮ ଗୁଣ ଅଧିକ ଦ୍ରୁତ ଅଟେ । ସମାନ ୫ଜି ଅପଲୋଡ୍ ସ୍ପିଡ୍ ୧୬.୦୫ ଏମ୍ବିପିଏସ୍ ରେ ରେକର୍ଡ କରାଯାଇଛି, ଯାହା ୪ଜି ଠାରୁ ୫ ଗୁଣ ଅଧିକ ଦ୍ରୁତ ଅଟେ ।












Click it and Unblock the Notifications