Get Updates
Get notified of breaking news, exclusive insights, and must-see stories!

ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଭୋଟିଂ, ଝାଡଖଣ୍ଡରେ ହେବ ଦୁଇଟି ପର୍ଯ୍ୟାୟରେ ମତଦାନ

Jharkhand-Maharashtra Election Date: ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡଖଣ୍ତ ନିର୍ବାଚନ ତାରିଖ । ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୨୦ ତାରିଖରେ ହେବ ଭୋଟିଂ ଏବଂ ୨୩ ନଭେମ୍ବରରେ ହେବ ଭୋଟ୍ ଗଣତି ଏବଂ ସମାନ ଦିନ ରେଜଲ୍ଟ ପ୍ରକାଶ ପାଇବ । ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଯାରି ରହିବ ।

Jharkhand-Maharashtra Election Date

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଝାଡଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ 13 ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ 20 ନଭେମ୍ବରରେ ଅନୁଷ୍ଠିତ ହେବ । ସେହିପରି ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରିଛନ୍ତି । ନଭେମ୍ବର 13 ରେ 10 ଟି ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଝାଡଖଣ୍ଡରେ ନାମାଙ୍କନ ତାରିଖ ଅକ୍ଟୋବର 18 ଏବଂ ଶେଷ ନାମାଙ୍କନ ଅକ୍ଟୋବର 25 ପର୍ଯ୍ୟନ୍ତ କରାଯାଇପାରିବ। ନାମାଙ୍କନ ପ୍ରତ୍ୟାହାର ତାରିଖ 30 ଅକ୍ଟୋବର । ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଯେଉଁଥି ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର 13 ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର 20 ତାରିଖରେ ହେବ। ଏହାର ଫଳାଫଳ 23 ନଭେମ୍ବରରେ ପ୍ରକାଶ ପାଇବ । 4

ମହାରାଷ୍ଟ୍ରରେ 288ଟି ବିଧାନସଭା ସିଟ୍ ଥିବାବେଳେ 81ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ମହାରାଷ୍ଟ୍ରରେ ନଭେମ୍ବର 26 ଓ ଝାଡ଼ଖଣ୍ତରେ 5 ତାରିଖରେ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+