ହେମନ୍ତ ସୋରେନଙ୍କୁ ବଡ ଝଟକା: ନିର୍ବାଚନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ
Jharkhand Land Scam Case: ଜମି ଦୁର୍ନୀତି ମାମଲା, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ବଢିଲା ଅଡୁଆ । ବୁଧବାର କୋର୍ଟ ଏହି ମାମଲାରେ ଲୋକସଭା ନିର୍ବାଚନ ପାଇଁ ସୋରେନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରି ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତ ଏହି ମାମଲାର ନିଷ୍ପତ୍ତି ନେଇ ସାରିଛନ୍ତି । ନିୟମିତ ଜାମିନ ଆବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି, ତେଣୁ ଶୁଣାଣି ପାଇଁ ଗିରଫଦାରୀ ଏକ ଆଧାର ନୁହେଁ। ବରିଷ୍ଠ ଓକିଲ କପିଲ ସିବଲ ହେମନ୍ତ ସୋରେନଙ୍କ ତରଫରୁ ଯୁକ୍ତିତର୍କ କରିଥିଲେ ଏବଂ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଏସ.ଭି ରାଜୁ ମଙ୍ଗଳବାର ଏବଂ ବୁଧବାର ଦିନ ଇଡି ପକ୍ଷରୁ ଯୁକ୍ତି ରଖିଥିଲେ ।

କୋର୍ଟରେ ଶୁଣାଣି ସମୟରେ କପିଲ ସିବଲ କହିଛନ୍ତି ଯେ, ଏହା 8.86 ଏକର ଜମିର ମାମଲା ଏଥିରେ ସୋରେନଙ୍କର କୌଣସି ସମ୍ପର୍କ ନାହିଁ । ଯଦି ସମସ୍ତ ରେକର୍ଡଗୁଡିକ ସଠିକ୍ ତେବେ ଏଥିରେ କୌଣସି ବିବାଦ ସୃଷ୍ଟି ହେଉ ନାହିଁ । ଏସଭି ରାଜୁ ଆହୁରି କହିଛନ୍ତି ଏଥିରେ କୌଣସି ବିବାଦ ନାହିଁ ବୋଲି କହିବା ଭୁଲ ହେବ ନାହିଁ ।
ନିମ୍ନ ଅଦାଲତରେ ଜାମିନ ଆବେଦନ କରିଥିବା ସତ୍ୟପାଠ ଲୁଚାଇଥିବାରୁ ସୁପ୍ରିମକୋର୍ଟ ହେମନ୍ତ ସୋରେନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏପ୍ରିଲ 4 ରେ ଟ୍ରାଏଲ କୋର୍ଟ ଇଡି ଚାର୍ଜସିଟ ବିଷୟରେ ଜାଣିଥିଲେ। ନିୟମିତ ଜାମିନ ଆବେଦନ ମଧ୍ୟ ବିଚାରାଧୀନ ଥିଲା ଏବଂ ଏହି ଜିନିଷଗୁଡିକ ଆବେଦନରେ ଲୁଚା ଯାଇଥିଲା । ଏହାର ଜବାବରେ କପିଲ ସିବଲ କହିଛନ୍ତି ଯେ, ଏହା ତାଙ୍କର ଭୁଲ, ହେଲେ ଏହା ସୂଚନା ଅଭାବରୁ ଘଟିଛି ।












Click it and Unblock the Notifications