ଚମ୍ପାଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ୨୦୦ ୟୁନିଟ୍ ମାଗଣା ବିଜୁଳି
ରାଞ୍ଚି : ଶୁକ୍ରବାର (ଜୁନ୍ ୨୮) ରେ ଷ ।ଡଖଣ୍ଡର ଚମ୍ପାଇ ସୋରେନ୍ କ୍ୟାବିନେଟ୍ ରେ ଘରୋଇ ଗ୍ରାହକଙ୍କ ପାଇଁ ମାଗଣା ବିଦ୍ୟୁତ ମାସକୁ ୧୨୫ ୟୁନିଟରୁ ମାସକୁ ୨୦୦ ୟୁନିଟକୁ ବୃଦ୍ଧି କରିବାକୁ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ ସଚିବ ଭନ୍ଦାନା ଦାଦେଲ କହିଛନ୍ତି ଯେ ଏଥିପାଇଁ ସରକାର ମାସକୁ ପ୍ରାୟ ୨୧.୭ କୋଟି ଟଙ୍କା ଅତିରିକ୍ତ ବୋଝ ବହନ କରିବେ । ସେ କହିଛନ୍ତି ଯେ ଏହି ୟୁନିଟ ବଢ଼ିବା କାରଣରୁ ରାଜ୍ୟରେ ପ୍ରାୟ ୪୧.୪ ଲକ୍ଷ ଗ୍ରାହକ ଉପକୃତ ହେବେ । ରାଜ୍ୟ ସରକାର ଏହି ପଦକ୍ଷେପ ପାଇଁ ବାର୍ଷିକ ୫ ହଜାର ୫୦୦ ଟଙ୍କା ବହନ କରିବେ ।
ଏହି କ୍ୟାବିନେଟ ବୈଠକରେ ଆହୁରି ୪୦ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜ୍ୟ ପୋଲିସ୍ ଏବଂ କେନ୍ଦ୍ରୀୟ ବାହିନୀର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଷତିପୂରଣ ଯୋଜନା । ଏହି ଯୋଜନା ଅଧୀନରେ ଏନକାଉଣ୍ଟରରେ ନିହତ ହୋଇଥିବା ସୁରକ୍ଷା କର୍ମୀଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୬୦ ଲକ୍ଷ ଟଙ୍କା ମିଳିବ । ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମହିଳା, ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ବିଭାଗର ସଚିବ ମନୋଜ କୁମାରଙ୍କ କହିବାନୁଯାୟୀ ଏହି ଯୋଜନା କେବଳ ୨୧ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପାଇଁ ଅଟେ । ଆୟକରଦାତା, ସରକାରୀ କର୍ମଚାରୀ, ଇପିଏଫ୍ ଧାରକ ଏବଂ ଅନ୍ୟାନ୍ୟ ବର୍ଗ ଏହି ଯୋଜନାର ଲାଭରୁ ବାଦ ପଡ଼ିଛନ୍ତି ।

ମହିଳାଙ୍କୁ ସଶକ୍ତ ଏବଂ ଅତ୍ମନିର୍ଭରଶୀଳ କରାଇବା ସହ ଉତ୍ତମ ଶିକ୍ଷା ତଥା ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ଶ୍ରୀ କୁମାର କହିଛନ୍ତି । ବିଭାଗ ଖୁବ୍ ଶୀଘ୍ର ଆବେଦନ ସଂଗ୍ରହ କରିବା ପାଇଁ ଅଭିଯାନ ଆରମ୍ଭ କରିବ ଯଦ୍ୱାରା ଅଧିକରୁ ଅଧିକା ମହିଳା ଏହାର ଲାଭ ଉଠାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ଯୋଜନାର ଲାଭ କେବଳ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ଥିଲା । ଏହା ଅନ୍ତର୍ଗତ ପ୍ରତ୍ୟେକ ଲାଭାର୍ଥୀଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ।












Click it and Unblock the Notifications