Jharkhand Assembly Election : ଏନ୍‌ଡିଏର ଚୂଡାନ୍ତ, ଇଣ୍ଡିରେ ହୋଇପାରୁ ନାହିଁ , ଚିନ୍ତାରେ ହେମନ୍ତ!

Jharkhand Assembly Election: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ନେଇ ଆଲୋଚନା ହୋଇଛି । କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ସିପିଆଇ(ଏଏମ) ସହ ମିଶି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଜି ରାଞ୍ଚି ଗସ୍ତରେ ଯାଇ ଆସନ ବୁଝାମଣା ନେଇ ମେଣ୍ଟର ଅନ୍ୟଦଳଗୁଡ଼ିକ ସହ ଆଲୋଚନା କରିବେ ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ଆରଜେଡିର ବରିଷ୍ଠ ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କ ସହ ରାହୁଲ ଗାନ୍ଧୀ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । କିନ୍ତୁ ବର୍ତ୍ତମାନ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ଝାଡ଼ଖଣ୍ଡରେ କୁଆଡ଼େ କଂଗ୍ରେସ ଅଧିକ ଆସନ ଦାବି କରୁଛି । ଯେଉଁ କାରଣରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଚିନ୍ତାରେ ପଡ଼ିଯାଇଥିବା କୁହାଯାଉଛି ।

Hemant Soren

ଅନ୍ୟପଟରେ ଏନ୍‌ଡିଏ ମେଣ୍ଟଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ବିଜେପି ୬୮ଟି ଆସନରେ ନିର୍ବାଚନ ଲଢ଼ିବ । ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନ ପାର୍ଟି ୧୦ଟି ଆସନରେ, ଜନତା ଦଳ ୟୁନାଇଟେଡ୍ ୨ଟି ଆସନରେ ଏବଂ ବିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଏଲ୍‌ଜେପି ଗୋଟିଏ ଆସନରେ ପ୍ରାର୍ଥୀ ଦେବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇସାରିଛି । ପ୍ରଥମ ଦିନରେ ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପର୍ଯ୍ୟାୟରେ ଆସନ୍ତା ମାସ ୧୩ ତାରିଖରେ ୪୩ଟି ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ମାସ ୨୦ ତାରିଖରେ ୩୮ଟି ବିଧାନସଭା ମଣ୍ଡଳୀ ପାଇଁ ମତ ନିଆଯିବ । ୨୩ ତାରିଖରେ ଭୋଟଗଣତି ସହ ଫଳାଫଳ ଘୋଷଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+