ଝାଡ଼ଖଣ୍ଡ ପାଇଁ ଆସିଲା ବିଜେପିର ପ୍ରଥମ ତାଲିକା,ଚମ୍ପଇ, ମୁଣ୍ଡା, ସୋରେନ ଓ ତାଙ୍କ ପୁଅ-ବୋହୂଙ୍କୁ ମିଳିଲା ଟିକେଟ

Jharkhand assembly election : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବ ଓ ସହଯୋଗୀଙ୍କ ପାଇଁ ବାକି ଆସନ ଛାଡ଼ିବାକୁ ନେଇଛି। ଏହି କ୍ରମରେ ଦଳ ଆଜି ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି

ଧନବାଦରୁ ବାବୁଲାଲ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଷଢେଇକେଲାରୁ ଚମ୍ପାଇ ସୋରେନଙ୍କୁ ଟିକେଟ ମିଳିଛି । ସେପଟେ ଜେଏମଏମ ଛାଡିଥିବା ସୀତା ସୋରେନଙ୍କୁ ଜାମତାରାରୁ ବିଜେପି ପ୍ରାର୍ଥୀ କରିଛି । ସୀତା ସୋରେନ ହେଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ।

bjp

ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ପରିବାର ଲୋକଙ୍କୁ ବେଶ୍ ଗୁରୁତ୍ୱ ଦିଆଯାଇଛି। ବିଜେପି ଚମ୍ପଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ, ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା, ମଧୁ କୋଡାଙ୍କ ପତ୍ନୀ ଗୀତା କୋଡା ଓ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁଙ୍କୁ ପ୍ରାର୍ଥୀ କରିଛି। ବିଜେପି ପ୍ରଦେଶ ସଭାପତି ବାବୁଲାଲ ମରାଣ୍ଡି ଧନବାର ସିଟରୁ ପ୍ରାର୍ଥୀ ହୋଇଛନ୍ତି। ୫ ବର୍ଷ ପୂର୍ବେ ମରାଣ୍ଡି ତାଙ୍କ ପାର୍ଟି ଝାଡଖଣ୍ଡ ବିକାଶ ମୋର୍ଚ୍ଚାକୁ ବିଜେପିରେ ବିଲୟ କରିଥିଲେ।

ସେହିପରି ୨ ମାସ ପୂର୍ବେ ବିଜେପିରେ ଯୋଗ ଦେଇଥିବା ଜେଏମଏମର ପୂର୍ବତନ ବିଧାୟକ ଲୋବିନ ହେମ୍ବ୍ରମଙ୍କୁ ବିଜେପି ବୋରିୟୋରୁ ଟିକେଟ ଦେଇଛି। ବୋରିୟୋକୁ ଜେଏମଏମର ଗଡ଼ ମନେକରାଯାଏ। ସେହିପରି ଝାଡଖଣ୍ଡ ବିକାଶ ମୋର୍ଚ୍ଚାରୁ ଆସି ବିଜେପିରେ ଯୋଗ ଦେଇଥିବା ପରିତୋଷ ସୋରେନଙ୍କୁ ଶିକାରୀପାଡା ସିଟରୁ ପ୍ରାର୍ଥୀ କରାଯାଇଛି।

ଝାରଖଣ୍ଡର ସମସ୍ତ ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ନଭେମ୍ବର ୧୩ରେ ପ୍ରଥମ ଓ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏଠାରେ ଭୋଟ ଗଣତି ସହ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+