Get Updates
Get notified of breaking news, exclusive insights, and must-see stories!

Jharkhand Election results: ବିଜୟ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ

ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦ୍ୱିତୀୟ ଥର ପାଇଁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତୃତ୍ୱାଧୀନ ମେଣ୍ଟ ବିଧାନସଭାର ୮୧ଟି ଆସନ ମଧ୍ୟରୁ ୫୭ଟିରେ ଆଗୁଆ ରହିଛି । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଶାସକ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସପକ୍ଷରେ ଯାଇଛି। ଏଣୁ ହେମନ୍ତ ସୋରେନ ପୁଣି କ୍ଷମତା ହାତେଇ ରଖିବାରେ ସଫଳ ହୋଇଛନ୍ତି। ପ୍ରାରମ୍ଭିକ ଭୋଟ ଗଣନା କାଳରେ ଆଗରେ ଥିବା ବିଜେପି ପରେ ଲଗାତାର ପଛେଇବାରେ ଲାଗିଥିଲା ଓ କ୍ରମଶଃ ଏନଡିଏ ମେଣ୍ଟ ବହୁମତରୁ ଢେର ପଛେଇ ଯାଇଛି।

କିନ୍ତୁ ଏପଟେ ସଢ଼େଇକଳା ଆସନରୁ ପ୍ରାର୍ଥୀ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଚମ୍ପାଇ ସୋରେନ୍‌ ବିଜୟୀ ହୋଇଛନ୍ତି । ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍‌)ର ପ୍ରାର୍ଥୀ ଗଶେଶ ମହାଲିଙ୍କୁ ପରାସ୍ତ କରିଛନ୍ତି । ନିର୍ବାଚନ କମିଶନଙ୍କ ଅନୁସାରେ, ସୋରେନ୍‌ ୧,୧୯,୩୭୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମହାଲି ୯୮,୯୩୨ ଭୋଟ ପାଇଛନ୍ତି । ଚମ୍ପାଇ ସୋରେନ୍‌ ୨୦, ୪୪୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

Champai Soren

ବିଶିଷ୍ଟ ରଜାନେତା ଏବଂ ଜେଏମଏମର ପ୍ରତିଷ୍ଠାତା ଶିବୁ ସୋରନେଙ୍କ ନିକଟତମ ସହଯୋଗୀ ଚମ୍ପାଇ ସୋରେନ୍‌ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲ । ୨୦୦୫ରେ ଝାଡ଼ଖଣ୍ଡର ପ୍ରଥମ ନର୍ବାଚନ ପାଖରୁ ସଢ଼େଇକଳା ଚମ୍ପାଇ ସୋରେନଙ୍କ ଗଡ଼ ରହିଆସିଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଗତ ଜାନୁଆରୀରରେ ଚମ୍ପାଇ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିଥିଲା ।

ଏଥିରେ ଅସନ୍ତୋଷ ପ୍ରକାଶ କରି ଜେଏମଏମ୍‌ ଛାଡ଼ି ବିଜେପି ଶିବିରରେ ଯୋଗ ଦେଇଥିଲେ ଚମ୍ପାଇ । କିନ୍ତୁ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ମାତ ଦେଇଛି ଇଣ୍ଡି ମେଣ୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+