Jharkhand Election Results 2024: ଝାଡଖଣ୍ଡରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ?
81 ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଯାଉଛି । ଏଥର ପୁଣି କ୍ଷମତାରେ ରହିବେ ହେମନ୍ତ ସୋରେନ ନା ପଲଟିବ ସତ୍ତା । ତାହାକୁ ନେଇ ଚାଲିଛି ଅଙ୍କକଷା । ବୁଥ ବାହୁଡା ମତକୁ ନେଇ ଉତ୍ସାହିତ ବିଜେପି ଶିବିର ।
ଝାଡଖଣ୍ଡରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ?
ଏହାରି ଭିତରେ କିଏ ହେବ ଆଗାମୀ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରେସ୍ କାହାକୁ ନେଇ ଚାଲିଛି ଚର୍ଚ୍ଚା । ତେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପାଇ ସୋରେନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ ଚର୍ଚ୍ଚାରେ ଆଗରେ ରହିଛି ।

ହେମନ୍ତ ସୋରେନ:
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ । ମନି ଲଣ୍ଡ୍ରିଂ ମାମଲାରେ ଜେଲ ଯାଇ ଫେରିବା ପରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ ସୋରେନ । ପାରମ୍ପରିକ ଆସନ ବରହେଟରୁ ନିର୍ବାଚନ ଲଢିଛନ୍ତି । ସେ 2010ରୁ 2013 ପର୍ଯ୍ୟନ୍ତ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି 2014ରୁ 2019 ପର୍ଯ୍ୟନ୍ତ ବିରୋଧି ଦଳ ନେତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେହିପରି 2009ରୁ 2010 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ।
ସୂଚନା ଥାଉକି, ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଜାନୁଆରୀ 31, 2023ରେ ଗିରଫ କରିଥିଲା । ସେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଆସନ ଅଳଙ୍କୃତ କରିଥିଲେ । ହେଲେ ଜାମିନରୁ ଆସିବା ପରେ ପୁଣି କ୍ଷମତା ଡୋରିକୁ ନିଜ ହାତକୁ ନେଇଥିଲେ ହେମନ୍ତ ସୋରେନ ।












Click it and Unblock the Notifications