Jharkhand election results 2024: ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍ଙ୍କ ମ୍ୟାଜିକ୍
ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍ଙ୍କ ମ୍ୟାଜିକ୍ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର୍ କରିଛି। ଏହି ମେଣ୍ଟ ୫୧ ସିଟ୍ରେ ଆଗୁଆ ଥିବାବେଳେ ଏବଂ ଏନ୍ଡିଏ ମେଣ୍ଟ ୨୮ ଏବଂ ଅନ୍ୟ ୩ଟି ସିଟରେ ଆଗୁଆ ରହିଛି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସେଠାରେ କ୍ଷମତା ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଭାଜପା ପୁଣିଥରେ କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି। ଝାଡ଼ଖଣ୍ଡରେ ୬୮.୯୫ ପ୍ରତିଶତ ମତଦାନ ହୋଇଥିଲା।

ଟ୍ରେଣ୍ଡରେ ବିଜେପିର ସୁନାମି । ପଛରେ ପଡିଲା ମହାବିକାଶ ଅଘାଡି । ମହାରାଷ୍ଟ୍ର ନିର୍ବାଚନ ଫଳାଫଳ । ବର୍ତ୍ତମାନ ଆସୁଥିବା ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ ପକାଇଛି ମହାୟୁତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ବହୁମତକୁ ପାର୍ କରିଛି ମହାୟୁତି ମେଣ୍ଟ ।
ବିଜେପି ନେତୃତ୍ୱାଧୀନ ଏହି ମେଣ୍ଟ ମ୍ୟାଜିକ୍ ନମ୍ବରକୁ ପାର୍ କରିଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମ୍ୟାଜିକ୍ ନମ୍ବର ରହିଛି ୧୪୫ । ହେଲେ ଏହାଠାରୁ ଢେର୍ ଅଧିକ ଆସନରେ ଆଘୁଆ ରହିଛି ମହାୟୁତି ମେଣ୍ଟ ।
ତେବେ ପ୍ରଥମେ ପ୍ରଥମେ ଆସୁଥିବା ଟ୍ରେଣ୍ଡରେ ମହାରାଷ୍ଟ୍ରରେ ଏନଡିଏ ଏବଂ ଇଣ୍ଡି ମେଣ୍ଟ ଭିତରେ କଡା ଟକ୍କର ଦେଖିବାକୁ ମିଳିଥିଲା । ମହାୟୁତିକୁ କଡା ଟକ୍କର ଦେଉଥିଲା ମହାବିକାଶ ଅଘାଡି । ହେଲେ ସମୟ ବଢିବା ସହ ମହାୟୁତି ଲିଡ୍ ହାସଲ କରିଥିଲା । ଆଉ ଟ୍ରେଣ୍ଡରେ ପଛରେ ପଡିଥିଲା ମହାବିକାଶ ଅଘାଡି ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ସମସ୍ତ ୨୮୮ଟି ଯାକ ଆସନରେ ନଭେମ୍ବର ୨୦ରେ ଭୋଟ୍ ପଡିଥିଲା । ତେବେ ଏଠାରେ ଖାସ୍ କରି ଦୁଇଟି ମେଣ୍ଟ ମୁହାଁମୁହିଁ ହେଉଛନ୍ତି । ବିଜେପି ନେତୃତ୍ୱରେ ଶିବସେନା (ସିନ୍ଧେ ଗୋଷ୍ଠୀ), ଏନସିପି (ଅଜିତ୍ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାୟୁତି । ଏବଂ କଂଗ୍ରେସ ନେତୃତ୍ୱରେ ଶିବସେନା (ଉଦ୍ଧବ ଗୋଷ୍ଠୀ), ଏନସିପି (ଶରଦ ପାଓ୍ୱାର ଗୋଷ୍ଠୀ)କୁ ନେଇ ମହାବିକାଶ ଅଘାଡି ମେଣ୍ଟ ।
ଏଥର ନିର୍ବାଚନରେ ମହାୟୁତିରେ ସାମିଲ ଥିବା ବିଜେପି ୧୪୯ ସିଟରେ ପ୍ରାର୍ଥୀ ଦେଇଥିଲା । ସେହିପରି ଶିବସେନା(ଉଦ୍ଧବ ଗୋଷ୍ଠୀ) ୮୧ଟି ସିଟରେ , ଏନସିପି (ଅଜିତ ପାଓ୍ୱାର) ଗୋଷ୍ଠୀ ୫୯ଟି ସିଟରେ ପ୍ରାର୍ଥୀ ଦେଇଥିଲେ । ଅନ୍ୟପଟେ ମହାବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା କଂଗ୍ରେସ ୧୦୧ ସିଟରେ ପ୍ରାର୍ଥୀ ଦେଇଥିଲା । ତା ସହ ଶିବସେନା (ୟୁବିଟି) ୯୫ଟି ଆସନରେ ଏବଂ ଏନସିପି (ଶରଦ ପାଓ୍ୱାର) ଗୋଷ୍ଠୀ ୮୬ଟି ଆସନରେ ପ୍ରାର୍ଥୀ ଦେଇଥିଲା ।












Click it and Unblock the Notifications