କୋଇଲା ଖଣି ଭୁଶୁଡ଼ି ୩ ମୃତ, ୧୫ ଗୁରୁତର ଆହତ
BCCL Illigal mine: ଝାଡଖଣ୍ତ ଧାନବାଦର ଝରିଆ କୋଲଫିଲ୍ଡରେ ରାଷ୍ଟ୍ରାୟତ୍ତ ବିସିସିଏଲର ଏକ କୋଇଲା ଖଣି ଭୁଶୁଡି ପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି ସକାଳେ ବିସିସିଏଲର ଭଉରା କୋଲିଏରି ଅଞ୍ଚଳରେ ଏପରି ଘଟଣା ଘଟିଥିବା ନେଇ ସୂଚନା ରହିଛି । ଏହା ଏକ ବେଆଇନ କୋଇଲା ଖଣି ବୋଲି କୁହାଯାଉଛି ।

ଧାନବାଦ ଏସଏସପି ସଞ୍ଜୀବ କୁମାର କହିଛନ୍ତି ଯେ, ୩ ମୃତଦେହ ଉଦ୍ଧାର କରାଯାଇଛି ଏବଂ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାର କରାଯାଉଛି । ସେ ଆହୁରି କହିଛନ୍ତି, ବିସିସିଆଇ ପକ୍ଷରୁ ରିପୋର୍ଟ ଆସିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Jharkhand | Portion of BCCL (Bharat Coking Coal Limited) open mine collapsed. One body has been recovered. A number of deaths are being verified. We are waiting for BCCL's report. Action will be taken according to the report: Sanjeev Kumar, SSP Dhanbad
(File photo) pic.twitter.com/xm56dyEyse
— ANI (@ANI) June 9, 2023
ସୂଚନା ଅନୁସାରେ, ଶୁକ୍ରବାର ଦିନ କିଛି ଲୋକ ବେଆଇନ ଭାବେ କେଇଲା ଖନନ କରିବା ପାଇଁ ଆସିଥିବା ବେଳେ ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ସ୍ଥାନୀୟ ଲୋକଙ୍କ ସହାୟତାରେ କୋଇଲା ଖଣିରୁ୧୫ ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ।
#WATCH | Jharkhand: A portion of BCCL (Bharat Coking Coal Limited) open mine collapsed in Dhanbad. One body has been recovered. Further details awaited. pic.twitter.com/ykcOzcSKEV
— ANI (@ANI) June 9, 2023
ସେପଟେ, ଦୁର୍ଘଟଣା ପରେ ଲୋକେ କ୍ଷତି ପୂରଣ ଦାବି କରି ମୃତଦେହକୁ ବିସିସିଏଲ୍ ଭୋରା ଅଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରୁଥିବା ନେଇ ସୂଚନା ରହିଛି ।












Click it and Unblock the Notifications