ଝାଡ଼ଖଣ୍ଡରେ ଓଲଟିଲା ବସ୍, ୭ ମୃତ

ଝାଡ଼ଖଣ୍ଡର ହଜାରିବାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ପାଟନା ଯାଉଥିବା ଏକ ବସ୍ ଏଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏହି ଦୁର୍ଘଟଣା ଯୋଗୁ ବସ୍‌ରେ ଥିବା ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅନେକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ମୁତାବକ, ବସଟି କୋଲକାତାରୁ ବାହାରି ପାଟନା ଯାଉଥିଲା । ହଜାରିବାଗରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ସମୟରେ ବସରେ ପ୍ରାୟ ୫୦ ଯାତ୍ରୀ ଥିଲେ ।

ବରକଠାର ଗୋରହର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ପ୍ରାରମ୍ଭିକ ଖବରରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପୁଲିସ କହିବା ମୁତାବକ, ରାସ୍ତାରେ ସିକ୍ସ ଲେନ୍‌ ନିର୍ମାଣ କାମ ଚାଲିଥିଲା। ଏହି କାରଣରୁ ରାସ୍ତାକୁ କଟାଯାଇ ଛାଡ଼ି ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବରକଟ୍ଟା ରୋଡରେ ବସ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖାଲରେ ଓଲଟି ପଡିଥିଲା। ପୁଲିସ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

Jharkhand bus accident

ଯାତ୍ରୀଙ୍କ ଚିତ୍କାର ଶୁଣି ନିକଟସ୍ଥ ଗାଁର ଲୋକମାନେ ଏକାଠି ହୋଇ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୂର୍ବତନ ବିଧାୟକ ଜାନକୀ ଯାଦବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବସ୍‌ ଭିତରୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସରେ ହଜାରିବାଗ ମେଡିକାଲ କଲେଜକୁ ପଠାଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।ବସ୍ ଭିତରେ ୪ରୁ ୫ ଜଣ ଯାତ୍ରୀ ଫସି ରହିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସେପଟେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+