ଆଜି ଫ୍ଲୋର ଟେଷ୍ଟ ଦେବେ ଚମ୍ପାଇ ସୋରେନ୍, ବିଧାନସଭାରେ ପହଞ୍ଚିଲେ ହେମନ୍ତ
Jharkhand Assembly: ଆଜି ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସରକାରର ହେବା ପାଇଁ ଯାଉଛି ଫ୍ଲୋର ଟେଷ୍ଟ । ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ସୋରେନ୍ । ଯେଉଁଥି ପାଇଁ ଇଡି ଟିମ୍ ସହ ବିଧାନସଭାରେ ପହଞ୍ଚିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ତ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ହେମନ୍ତ ସୋରେନ୍ ।
ଚମ୍ପାଇ ସୋରେନଙ୍କ ଆସ୍ଥା ଭୋଟରେ ଭାଗ ନେବା ପାଇଁ ଇଡିର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହେମନ୍ତ ସୋରେନଙ୍କୁ ବିଧାନସଭାରେ ପହଞ୍ଚିଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱରେ ଶାସକ ଦଳର ବିଧାୟକମାନେ ଟ୍ରଷ୍ଟ ଭୋଟ୍ ଜିତିବା ନେଇ ଆଶା ରଖିଥିବା ବେଳେ ବିଜେପି ଦାବି କରିଛି ଯେ, ଚମ୍ପାଇ ସୋରେନ ସରକାର ଟ୍ରଷ୍ଟ ଭୋଟ୍ ଜିତି ପାରିବେ ନାହିଁ। ଏନେଇ ରାଜ୍ୟ ମନ୍ତ୍ରୀ ଆଲାମଗିର ଆଲାମ କହିଛନ୍ତି ଯେ, ୮୧ ସଦସ୍ୟ ବିଶିଷ୍ଟ ଗୃହରେ ଆମର ୪୮ରୁ ୫୦ଜଣ ବିଧାୟକଙ୍କ ସମର୍ଥନ ରହିଛି।

ସୂଚନାଯୋଗ୍ୟ ଯେ,ଜମି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗିରଫ କରଯାଇଛି । ୨୪ ଘଣ୍ଟାର ଡ୍ରାମାବାଜି ପରେ ଶୁକ୍ରବାର ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଘୋଡ଼ାବେପାର ଆଶଙ୍କା କରି ଶୁକ୍ରବାରଠାରୁ ଜେଏମ୍ଏମ୍ ନେତୃତ୍ୱାଧୀନ ମେଣ୍ଟର ୩୯ ବିଧାୟକ ହାଇଦ୍ରାବାଦ ଯାଇ ଶମିରପେଟ୍ସ୍ଥିତ ରିସୋର୍ଟରେ ରହିଥିଲେ। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀ ଉକ୍ତ ବିଧାୟକମାନଙ୍କ ସହ ରାଞ୍ଚତ୍ ଆସିବେ ବୋଲି ପୂର୍ବରୁ କୁହାଯାଉଥିଲାବେଳେ ସେ ଦଳୀୟ ନେତାମାନଙ୍କ ସହ ଅନ୍ୟ ଏକ ବିମାନରେ ସୋମବାର ଆସିବେ ବୋଲି ଜଣାପଡ଼ିଛି।












Click it and Unblock the Notifications