Jharkhand Assembly Election:ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲାଗି ପଡ଼ିବ ଭୋଟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚଛି। ଆସନ୍ତାକାଲି ଏହି ପର୍ଯ୍ୟାୟରେ ୪୩ଟି ଆସନରେ ମତଦାନ ହେବ। ପୋଲିଂ ପାର୍ଟିଗୁଡ଼ିକୁ ବିଭିନ୍ନ ଭୋଟ୍‍ ଗ୍ରହଣ କେନ୍ଦ୍ରକୁ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ହେଲିକପ୍ଟର ଜରିଆରେ ଗତକାଲି ୨୨୫ଟି ସମ୍ବେଦନଶୀଳ ବୁଥ୍ ମଧ୍ୟରୁ ୧୯୪ଟି ବୁଥରେ ପୋଲିଂ ପାର୍ଟି ପହଞ୍ଚିସାରିଥିବା ବେଳେ ଅବଶିଷ୍ଟ ୩୦ଟି ବୁଥ୍‌ର ପୋଲିଂ ଅଫିସରଙ୍କୁ ଆଜି ପଠାଯାଉଛି।

ପଶ୍ଚିମ ସିଂହଭୂମ, ଲାତେହାର, ଲୋହରଦଗା, ଗଡ଼ୱା ଓ ଗୁମଲା ଜିଲ୍ଲାର ୫ଟି ଜିଲ୍ଲାରେ ଏହି ସମ୍ବେଦନଶୀଳ ବୁଥ୍ ରହିଛି। ସମଗ୍ର
ରାଜ୍ୟରେ ମୋଟ ୧୫ ହଜାର ୩୪୪ଟି ମତଦାନ କେନ୍ଦ୍ର କରାଯାଇଛି। ଅବାଧ ନିର୍ବାଚନ ପାଇଁ ସମ୍ପୃକ୍ତ ଅଞ୍ଚଳରେ ୨୦୦ରୁ ଅଧିକ ସୁରକ୍ଷା ବଳ ମୁତୟନ କରାଯାଇଛି। ୭୩ ଜଣ ମହିଳାଙ୍କ ସମେତ ୬୮୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

vote

୧ କୋଟି ୩୭ ଲକ୍ଷରୁଅଧିକ ଭୋଟର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ମତଦାନ କରିବେ । ଚଳିତ ମାସ ୨୦ ତାରିଖରେ ୩୮ଟି ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ନଭେମ୍ବର ୨୩ ତାରିଖରେ ସମସ୍ତ ପର୍ଯ୍ୟାୟର ଭୋଟ୍ ଗଣତି କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+