Jharkhand Assembly Election: ଏହି ସବୁ ଦଳ ସହ ନିର୍ବାଚନ କମିଶନ ସଦସ୍ୟଙ୍କ ଆଜି ବସିବ ବୈଠକ
ରାଞ୍ଚି: ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଆଜିଠାରୁ ଦୁଇଦିନିଆ ରାଞ୍ଚି ଗସ୍ତ କରିବ । ଏହି ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ କମିଶନ ସଦସ୍ୟ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ଅଛନ୍ତି । ରାଞ୍ଚିଠାରେ ଏହି ଦଳ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବେ ।
ବି.ଜେ.ପି., କଂଗ୍ରେସ ଏବଂ ସି.ପି.ଆଇ.ଏମ୍. ସହ ଜେ.ଏମ୍.ଏମ୍., ଆରଜେ.ଡି. ଏବଂ ଏ.ଜେ.ଏସ୍.ୟୁ. ଦଳର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକ ପରେ ନିର୍ବାଚନ କମିଶନ୍ ଦଳ ନିର୍ବାଚନ ସହ ସମ୍ପୃକ୍ତ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମତ ବିନିମୟ କରିବେ ।

ଆଜି ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୁଲିସ୍ ନୋଡ଼ାଲ୍ ଅଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାର କୋ-ଅଡ଼ିନେଟରଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବେ । ଆସନ୍ତାକାଲି ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକ, ମୁଖ୍ୟ ଶାସନ ସଚିବ ଓ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି । ସୂଚନାଯୋଗ୍ୟ ଚଳିତବର୍ଷ ଶେଷ ସୁଦ୍ଧା ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଯେଉଁ କାରଣରୁ ତତ୍ପର ହୋଇ ଉଠିଛି ନିର୍ବାଚନ ଆୟୋଗ । ଅନ୍ୟପଟେ ରାଜ୍ୟରେ ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ଗୁଡ଼ିକ ନିଜ ନିଜର ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ।












Click it and Unblock the Notifications