Jharkhand assembly election 2024: ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଆରମ୍ଭ

ମତଦାନ ଆରମ୍ଭ । ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୬୮୩ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ୭୩ ଜଣ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଏହି ପର୍ଯ୍ୟାୟ ପାଇଁ ୧୫ ହଜାର ୩୪୪ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

Jharkhand assembly election 2024

ସେଥିମଧ୍ୟରେ ୨୨୫ଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ମତଗ୍ରହଣ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ୩୧ଟି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ୯୫୦ଟି ସମ୍ବେଦନଶୀଳ ବୁଥ୍‌ରେ ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୋଟ୍ ୧ କୋଟି ୩୭ ଲକ୍ଷରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ । ଅବାଧ, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ ଲକ୍ଷ୍ୟରେ ୨୦୦ କମ୍ପାନୀରୁ ଅଧିକ ସୁରକ୍ଷାବଳଙ୍କୁ ରାଜ୍ୟରେ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+