Jharkhand election: ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ
ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୬୮୩ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ୭୩ ଜଣ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଏହି ପର୍ଯ୍ୟାୟ ପାଇଁ ୧୫ ହଜାର ୩୪୪ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
ସେଥିମଧ୍ୟରେ ୨୨୫ଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ମତଗ୍ରହଣ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ୩୧ଟି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ୯୫୦ଟି ସମ୍ବେଦନଶୀଳ ବୁଥ୍ରେ ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୋଟ୍ ୧ କୋଟି ୩୭ ଲକ୍ଷରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ । ଅବାଧ, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ ଲକ୍ଷ୍ୟରେ ୨୦୦ କମ୍ପାନୀରୁ ଅଧିକ ସୁରକ୍ଷାବଳଙ୍କୁ ରାଜ୍ୟରେ ମୁତୟନ କରାଯାଇଛି ।













Click it and Unblock the Notifications