Get Updates
Get notified of breaking news, exclusive insights, and must-see stories!

ଡାକ୍ତରଖାନାରେ ଲାଗିଲା ନିଆଁ, ୫ ଜଣଙ୍କ ମୃତ୍ୟୁ

ଡାକ୍ତରଖାନାରେ ଲାଗିଲା ନିଆଁ, ୫ ଜଣଙ୍କ ମୃତ୍ୟୁ

Jharkhand

ଝାଡଖଣ୍ତ: ଝାଡଖଣ୍ତ ଧାନବାଦ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ତ । ଜୀବନ୍ତ ଜଳିଗଲେ ୫ ଜଣ । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ତ ଘଟିଛି । ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ଡାକ୍ତରଖାନାରେ ରେସିଡେନସିଆଲ୍ କମ୍ପ୍ଲେକ୍ସରେ ନିଆଁ ଲାଗି ଡାକ୍ତର ଦମ୍ପତିଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଦମ୍ପତି ହେଲେ ପ୍ରେମା ହାଜରା ଏବଂ ତାଙ୍କ ସ୍ୱାମୀ । ସେହିପରି ଜାକ୍ତର ଦମ୍ପତିଙ୍କ ପତୁରା ଓ ଜଣେ ସମ୍ପର୍କୀୟଙ୍କ ସମେତ ଘର କାମ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଧାନବାଦ ଡିଏସପି ।

ତେବେ ସର୍ଟସର୍କିଟ୍ ପାଇଁ ରେସିଡେନସିଆଲ୍ ଅଞ୍ଚଳରେ ଦ୍ୱିତୀୟ ମହଲାରେ ପ୍ରଥମେ ଭୟଙ୍କର ନିଆଁ ଲାଗିଥିଲା । ପରେ ନିଆଁ ଡାକ୍ତରଖାନାର ପ୍ରଥମ ମହଲା ଯାଏଁ ବ୍ୟାପି ଯାଇଥିଲା । ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ସୁରକ୍ଷା ତ୍ରୁଟି ହେଉଛି ଏହି ଦୁର୍ଘଟଣାର ମୁଖ୍ୟ କାରଣ । ନିଆଁ ଆୟତ୍ତ କରିବା ପାଇଁ ଡାକ୍ତରଖାନା ଭିତରେ ସେଭଳି କୌଣସି ବ୍ୟବସ୍ଥା ନଥିବା ନେଇ କହିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+