ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସ୍
ପୁରୀ ବେଳାଭୂମିରେ ପୁଣି ଦେଖିବାକୁ ମଳିଛି ଶହ ଶହ ଜେଲି ଫିସ୍ । ଏଥି ପାଇଁ ଲୋକମାନଙ୍କୁ ମଧ୍ୟ ସତର୍କ କରାଯାଇଛି ।ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଏହା ପଛରେ କାରଣ କଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ଜେଲି ଫିସର ଲାଳ ଶରୀରରେ ଲାଗିବା ଦ୍ୱାରା ସଂକ୍ରମଣ ହୋଇଥାଏ । ଦେହ କୁଣ୍ଡାଇ ହେବା ସହ ଲାଲ ପଡ଼ିଯାଏ । ୨୦୨୨ ମସିହା ଜୁନ ମାସରେ ଜେଲି ଫିସ ସଂଶ୍ପର୍ଷରେ ଆସି ଅନେକ ପର୍ଯ୍ୟଟକ ଗୁରୁତର ହୋଇଥିଲେ ।
ବର୍ତମାନ ସୁଦ୍ଧା କୌଣସି ପର୍ଯ୍ୟଟକ ଆହତ ହୋଇ ନଥିବା ବେଳେ ପୁରୀ ସମୁଦ୍ରରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି । ପର୍ଯ୍ୟଟକ କିଭଳି ସୁରକ୍ଷିତ ସ୍ନାନ କରିବେ ଏବଂ ଜେଲି ଫିସ୍ ସଂଶ୍ପର୍ଷରେ ନ ଆସିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।












Click it and Unblock the Notifications