ବିବାହ ବନ୍ଧନରେ ବାନ୍ଧି ହେଲେ ଜିତ୍ ଏବଂ ଦିବା ଶାହ, ଫଟୋ ସେୟାର କଲେ ଗୌତମ ଆଦାନୀ
ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସାନ ପୁଅ ଜିତ୍ ଆଦାନୀ ଏବଂ ଦିବା ଜୈମିନ ଶାହଙ୍କ ବିବାହ ସମ୍ପନ୍ନ ହୋଇଛି । ଉଭୟ ଆଜି ଗୁଜୁରାଟର ଅହମ୍ମଦାବାଦରେ ବିବାହ କରିଛନ୍ତି । ବିବାହ ପରେ ଗୌତମ ଆଦାନୀ ତାଙ୍କ ପୁଅ ଜିତ୍ ଏବଂ ବୋହୂ ଦିବାଙ୍କ ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଗୌତମ ଆଦାନୀ କହିଛନ୍ତି ଯେ ଏହା ଏକ ଛୋଟ ଏବଂ ଅତ୍ୟନ୍ତ ବ୍ୟକ୍ତିଗତ ସମାରୋହ ଥିଲା।

ଶିଳ୍ପପତି ଗୌତମ ଆଦାନୀ ତାଙ୍କ ପତ୍ନୀ, ପୁଅ ଏବଂ ବୋହୂଙ୍କ ସହିତ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, " ସର୍ବଶକ୍ତିମାନ ଭଗବାନଙ୍କ ଆଶୀର୍ବାଦରେ, ଜିତ୍ ଏବଂ ଦିବା ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ଅହମ୍ମଦାବାଦରେ ପାରମ୍ପରିକ ରୀତିନୀତି ଏବଂ ପ୍ରିୟଜନଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିଲା । ଏହା ଏକ ଛୋଟ ଏବଂ ଅତ୍ୟନ୍ତ ବ୍ୟକ୍ତିଗତ ଉତ୍ସବ ଥିଲା, ତେଣୁ ଆମେ ଚାହିଁଲେ ମଧ୍ୟ ସମସ୍ତ ଶୁଭେଚ୍ଛୁଙ୍କୁ ନିମନ୍ତ୍ରଣ କରିପାରିଲୁ ନାହିଁ, ଯାହା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ମୋ ଝିଅ ଦିବା ଏବଂ ଜିତ୍ ପାଇଁ ଆପଣମାନଙ୍କ ସମସ୍ତଙ୍କଠାରୁ ଆନ୍ତରିକ ପ୍ରେମ ଏବଂ ଆଶୀର୍ବାଦ ଚାହୁଁଛି ।"
परमपिता परमेश्वर के आशीर्वाद से जीत और दिवा आज विवाह के पवित्र बंधन में बंध गए।
यह विवाह आज अहमदाबाद में प्रियजनों के बीच पारंपरिक रीति रिवाजों और शुभ मंगल भाव के साथ संपन्न हुआ।
यह एक छोटा और अत्यंत निजी समारोह था, इसलिए हम चाह कर भी सभी शुभचिंतकों को आमंत्रित नहीं कर सके,… pic.twitter.com/RKxpE5zUvs
— Gautam Adani (@gautam_adani) February 7, 2025
ଜିତ୍ ଆଦାନୀ ହେଉଛନ୍ତି ଶିଳ୍ପପତି ଗୌତମ ଆଦାନୀଙ୍କ ସାନ ପୁଅ। ସେ ବର୍ତ୍ତମାନ ଆଦାନୀ ବିମାନବନ୍ଦର ହୋଲ୍ଡିଂସର ନିର୍ଦ୍ଦେଶକ। ସେ ଛଅଟି ଅନ୍ତର୍ଜାତୀୟ ବିମାନବନ୍ଦର ପରିଚାଳନା କରନ୍ତି ଏବଂ ନଭି ମୁମ୍ବାଇରେ ଏକ ସପ୍ତମ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି। ଜିତ୍ ଆଦାନୀ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଆପ୍ଲାଏଡ୍ ସାଇନ୍ସରେ ପାଠ ପଢ଼ିଥିଲେ। ଦିବା ଶାହ ଦେଶର ଜଣାଶୁଣା ହୀରା ବ୍ୟବସାୟୀ ଜୈମିନ ଶାହଙ୍କ ଝିଅ। ଜୈମିନ ଶାହଙ୍କ କମ୍ପାନୀ ମୁମ୍ବାଇ ଏବଂ ସୁରଟରେ ବ୍ୟବସାୟ କରେ। ଜିତ୍ ଏବଂ ଦିବାଙ୍କ ମାର୍ଚ୍ଚ, ୨୦୨୩ରେ ନିର୍ବନ୍ଧ ହୋଇଥିଲା ।












Click it and Unblock the Notifications