Jeet Adani: ବିବାହ ପୂର୍ବରୁ 'Mitti Cafe'ରେ ଏପରି ଅନ୍ଦାଜ୍'ରେ ନଜର ଆସିଲେ ଜିତ୍ ଅଦାନୀ ଏବଂ ଦିବା ଜୈମିନ ଶାହା
Jeet Adani: ଅଦାନୀ ଗ୍ରୁପର ଚେୟାର ମ୍ୟାନ୍ ଗୌତମ ଅଦାନୀଙ୍କ ସାନ ପୁଅ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିକଟରେ ଅଦାନୀଙ୍କ ପୁଅ ଏବଂ ଭାବି ବୋହୂ ଦିବା ଜୈମିନ ଶାହ ମୁମ୍ବାଇର ଛତ୍ରପୁର ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମିଟି କାଫେ୍ ପହଞ୍ଚିଥିଲେ ଏବଂ କାଫେର୍ ପ୍ରତିଷ୍ଠାତା ଏବଂ କର୍ମଚାରୀଙ୍କୁ ନିଜ ବିବାହରେ ଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଦେଇଥିଲେ । ଯାହାର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକଙ୍କ ମନ ଜିଣୁଛନ୍ତି ଏହି କପଲ୍ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ, ଅଦାନୀ ଗ୍ରୁପର ସିଇଓ ଗୌତମ ଅଦାନୀଙ୍କ ପୁଅ ଜିତ୍ ଅଦାନୀ ଫେବ୍ରୁଆରୀ ୭ ତାରିଖରେ ଦିବା ଜୈମିନ ଶାହଙ୍କୁ ଗୁଜୁରାଟରେ ବିବାହ କରିବା ପାଇଁ ଯାଉଛନ୍ତି ତେବେ ଏହି ହାଇ ପ୍ରୋଫାଇଲ୍ ବିବାହରେ ପରିବାର ସଦସ୍ୟ ଏବଂ କିଛି ଖାସ୍ ବନ୍ଧୁ ଯୋଗା ଦେବା ନେଇ ସୂଚନା ରହିଛି ।
'Mitti Cafe'ରେ ପହଞ୍ଚିବା ପରେ ଜିତ୍ ଅଦାନୀ ଏବଂ ଦିବା ଜୈମିନ ଶାହା ସେଠାରେ ଥିବା ସମସ୍ତ କର୍ମଚାରୀଙ୍କୁ ଭେଟିଥିଲେ, ଦୀର୍ଘ ସମୟ ଧରି ସେମାନଙ୍କ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ସମସ୍ତ ଏକାଠି କେକ୍ ମଧ୍ୟ କାଟିଥିଲେ । ସେହିପରି କାଫେ୍ ଟିମ ମଧ୍ୟ ଏହି କପଲଙ୍କୁ ଫୁଲ ତୋଡା ସହ କିଛି ଖାସ୍ ଉପହାର ମଧ୍ୟ ଦେଇଥିଲେ ।
ମିଟ୍ଟି କାଫେ୍ ଏକ ନିଆରା ପଦକ୍ଷେପ ନେଇଛି । ଶାରୀରିକ, ମାନସିକ ଏବଂ ମାନସିକ ଭାବରେ ଅକ୍ଷମ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛି ଏହି କାଫେ । ବିଶେଷକରି, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଦିବ୍ୟାଙ୍ଗମାନେ ଏଠାରେ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପାଇଥାନ୍ତି । ଜିତ୍ ଅଦାନୀ ଦୀର୍ଘ ସମୟ ହେବ ଦିବ୍ୟାଙ୍ଗମାନଙ୍କ ଉନ୍ନତି ଏବଂ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରି ଆସୁଛନ୍ତି।
ନିକଟରେ ଜିତ୍ ଅଦାନୀ ଏବଂ ଦିବା ଜୈମିନ ଶାହା ମହାକୁମ୍ଭରେ ମଧ୍ୟ ଯୋଗ ଦେଇଥିଲେ । ଯେଉଁଛି ଗୌତମ ଅଦାନୀ ନିଜ ସାନ ପୁଅ ଅର୍ଥାତ୍ ଜିତ୍ ଅଦାନୀଙ୍କ ବିବାହ ନେଇ ଘୋଷଣା କରିଥିଲେ ସେ କହିଥିଲେ ତାଙ୍କ ପୁଅଙ୍କ ବିବାହ ଅତି ସରଳ ଭାବରେ କରାଯିବ ।












Click it and Unblock the Notifications