ଆରମ୍ଭ ହେଲା ଜିତ ଆଦାନୀ ଏବଂ ଦିବା ଜୈମିନ ବିବାହ, ଦେଖନ୍ତୁ ଫଟୋ

Jeet Adani Diva Shah Wedding: ଆଦାନୀ ଗ୍ରୁପର ଚେୟାର ମ୍ୟାନଙ୍କ ସାନ ପୁଅ ଜିତ ଆଦାନୀ ଆଜି ଅହମ୍ମଦାବାଦରେ ପ୍ରତିଷ୍ଠିତ ହୀରା ବ୍ୟବସାୟୀ ଜୈମିନ ଶାହଙ୍କ ଝିଅ ଦିବା ଜୈମିନ ଶାହଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ଉତ୍ସବ ଫେବୃଆରୀ ୫ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରଥମ ଫଟୋ ମଧ୍ୟ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

ଏହି ଗ୍ରାଣ୍ତ ବିବାହ ଉଦୟପୁରରେ ହେବ । ଯେଉଁଠି ଲେକ୍ ପ୍ୟାଲେସ୍, ଉଦୟ ବିଳାସ ଓ ଲୀଲୀ ପ୍ୟାଲେସ୍ ପକି ତିନୋଟି ବିଳାସପୂର୍ଣ୍ଣ ହୋଟେଲ ବୁକ୍ କରାଯାଇଛି । FICCI FLOର ପୂର୍ବତନ ସଭାପତି ପିଙ୍କି ରେଡ୍ଡୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରୀତି ଆଦାନୀଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହାର ଲୋକେସନ୍ ମଧ୍ୟ ସେ ଟ୍ୟାଗ୍ କରିଛନ୍ତି ।

Jeet Adani Diva Shah Wedding

ସୂଚନା ଅନୁସାରେ ଦିନ ୨ଟାରୁ ବିବାହ ଆରମ୍ଭ ହେବ । ଏଥିରେ ଜୈନ ଏବଂ ଗୁଜରାତୀ ରୀତିନୀତି ପାଳନ କରାଯିବ। ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ଯୋଗ ଦେଇ ଗୌତମ ଆଦାନୀ କହିଥିଲେ ଯେ ଜିତଙ୍କ ବିବାହ ବହୁତ ସରଳ ଏବଂ ପାରମ୍ପରିକ ହେବ। ସେହି ସମୟରେ, ଯେତେବେଳେ ଜଣେ ସାମ୍ବାଦିକ ପଚାରିଲେ, "ଏହା କ'ଣ ସେଲିବ୍ରିଟିମାନଙ୍କର ଏକ ମେଗା ଇଭେଣ୍ଟ ହେବ?", ଗୌତମ ଆଦାନୀ ଉତ୍ତର ଦେଇଥିଲେ, "ଏହା ଆଦୌ ହେବ ନାହିଁ।"

ରିପୋର୍ଟ ଅନୁସାରେ ଜିତ ଅଦାନୀଙ୍କ ମୋଟ୍ ସମ୍ପତ୍ତର ପ୍ରାୟ ୧.୨ ବିଲିୟମ ଡଲାର ଅର୍ଥାତ୍ ପ୍ରାୟ ୧ ହଜାର କୋଟି । ସେହିପରି ରେସିଂ ବାଇକ୍ ଓ ଲଗଜରୀ କାର ପ୍ରତି ରହିଛି ତାଙ୍କର ଆଗ୍ରହ । ସେହିପରି ଜିତ୍ ଆଦାନୀ ଗ୍ରୁପ୍ ଫାଇନାନ୍ସର ଉପାଧ୍ୟକ୍ଷ ଓ ଆଦାନୀ ଡିଜିଟାଲ୍ ଲ୍ୟାବ୍ସର ନିର୍ଦ୍ଦେଶକ। ୨୦୧୯ ମସିହାରେ ଆଦାନୀ ଗ୍ରୁପ୍‌ରେ ଯୋଗଦେବା ପରେ । ସେ ୨୦୨୦ ମସିହାରେ ଆଦାନୀ ଏୟାରପୋର୍ଟ ହୋଲ୍ଡିଂସର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+