ଖାଇକୁ ଖସିଲା ଜିପ୍‌, ଅକାଳରେ ଚାଲିଗଲା ୮ ଜୀବନ

ନେପାଳର ପାହଡ଼ିଆ ଅଞ୍ଚଳରେ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦ ଜଣ ଆହତ ହୋଇଛନ୍ତି । ୧୮ ଜଣ ଯାତ୍ରୀ ଜିପରେ ଯାଉଥିବାବେଳେ ୭୦୦ଫୁଟ୍ ତଳକୁ ଖସି ପଡିବାରୁ ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତି କର୍ଣ୍ଣାଲି ପ୍ରାତରେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନାନୁଯାୟୀ, ରୁକୁମ ପଶ୍ଚିମ ଜିଲ୍ଲାର ବାଫିକୋଟ ଅଞ୍ଚଳର ଝାରମାରେ ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଜିପ୍ ଟି ମୁସିକୋଟର ଖଲଙ୍ଗା ବଜାରରୁ ଆଠ ବିସ୍କଟ ପୌରପାଳିକାର ସିଆଲିଖାରି ଗ୍ରାମକୁ ଯାଉଥିଲା। ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଛି। ପ୍ରାଥମିକ ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଛି । ଅଧିକ ରାତି ହୋଇଥିବାରୁ ଜିପଟି ନିୟନ୍ତ୍ରଣ ହରାଇ ଘାଟିରେ ଖସିପଡିଥିଲା ।

road accident

ମୃତକଙ୍କ ବୟସ ୧୫ ରୁ ୩୦ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସେମାନଙ୍କ ପରିବାରରେ ଶୋକର ବାତାବରଣ ଖେଳିଯାଇଛି । ଆହତଙ୍କ ଅବସ୍ଥା ଗୁରୁତର ଥିବା କୌଣସି ଏକ ସୂତ୍ରରୁ ଜଣାପଡିଛି । ସଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ହୋଇପାରିଥିଲେ କିଛି ଜୀବନ ରକ୍ଷା ହୋଇପାରିଯାଇଥାଆନ୍ତା ବୋଲି କେତେକ ଲୋକ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ ପାହାଡ଼ିଆ ଅଞ୍ଚଳରେ ରାସ୍ତା ଖରାପ ଯୋଗୁଁ ଜରୁରୀକାଳୀନ ସେବାରେ ବିଳମ୍ବ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+