Get Updates
Get notified of breaking news, exclusive insights, and must-see stories!

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;ଖାଇକୁ ଖସିଲା ଜିପ୍, ୩ ମୃତ

ରାଜସ୍ଥାନ ଉଦୟପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉଦୟପୁର ଜିଲ୍ଲା ଆଦିବାସୀ ଅଞ୍ଚଳ କୋଟଡାର ବିଲବନରୁ ଯାଉଥିବା ଏକ ଜିପ୍ ଅନିୟନ୍ତ୍ରିତ ହୋଇ୬୦ ଫୁଟ ଗଭୀର ଖାଇକୁ ଖସିପଡିଛି । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି ।

road accident

ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଜିପରେ ୨୭ ଜଣ ଲୋକ ଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା ।

ତେବେ ରାଜସ୍ଥାନ ଉଦୟପୁର ଜିଲ୍ଲା କୋଟଡା ସଂପୂର୍ଣ୍ଣ ଆଦିବାସୀ ଅଞ୍ଚଳ । ଏହି ଅଞ୍ଚଳରେ ୧୨୦ରୁ ଅଧିକ ଜିପ୍ ଚାଲେ । ଆଉ ସବୁବେଳେ ଏହି ଗାଡ଼ିଗୁଡିକ ଓଭରଲୋଡ ରହିଥାଏ । ପୂର୍ବରୁ ଏଭଳି ଅନେକ ଦୁର୍ଘଟଣା ଘଟିସାରିଛି, ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+