JEE Main Result 2025: ପ୍ରକାଶ ପାଇଲା ସେସନ୍ ୧'ର ରିଜଲ୍ଟ
JEE Main Result 2025: ଜାତୀୟ ପରୀକ୍ଷା ଏଜେନ୍ସି (NTA) ଫେବୃଆରୀ ୧୦ ତାରିଖରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମୁଖ୍ୟ ୨୦୨୫ ସେସନ୍ ୧ର ଫଳାଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରେ ନିଜ ଫଳାଫଳ ଯାଞ୍ଚ କରିପାରିବେ।

ପରୀକ୍ଷାର୍ଥୀ ନିଜ ଷ୍ଟୁଡେଣ୍ଟ ପ୍ରୋଫାଇଲ୍ରେ ଲଗ୍ ଇନ୍ କରିବା ପାଇଁ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ଦେବା ଉଚିତ୍ । ପେପର 1 (BTech ଏବଂ BE) ର ଉତ୍ତର ମଧ୍ୟ NTA ର ଅଫିସିଆଲ୍ ୱେବସାଇଟରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ।
ଫଳାଫଳରେ ସଫଳ ପ୍ରାର୍ଥୀମାନଙ୍କୁ NIT, IIIT, GFTI ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ପ୍ରତିଷ୍ଠାନରେ ଆଡମିସନ୍ ମିଳିବ । ଏହା ବ୍ୟତୀତ, ଶ୍ରେଷ୍ଠ ୨.୫ ଲକ୍ଷ ଯୋଗ୍ୟ ପ୍ରାର୍ଥୀଙ୍କୁ JEE ଆଡଭାନ୍ସଡ୍ ୨୦୨୫ରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।
ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କୁ ଯାଆନ୍ତୁ। "View Score Card" କିମ୍ବା "View JEE Main 2025 Result" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ଏଣ୍ଟ୍ରୀ କରନ୍ତୁ। ସମ୍ପୂର୍ଣ୍ଣ JEE ମେନ୍ ଫଳାଫଳ ସ୍କ୍ରିନରେ ଦେଖାଯିବ। ସେହିପରି ରେଜଲ୍ଟ ସିଟର ଆପଣ ପ୍ରିଣ୍ଟଆଉଟ୍ ମଧ୍ୟ କାଢି ପାରିବେ ।
JEE ମେନ୍ 2025 ର ଏପ୍ରିଲ ସେସନ୍ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ jeemain.nta.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଫେବୃଆରୀ 25 । ଯେତେବେଳେ ଫି ପେମେଣ୍ଟ ୱିଣ୍ଡୋ ରାତି 11:50 ପର୍ଯ୍ୟନ୍ତ ଖୋଲା ରହିବ।












Click it and Unblock the Notifications