JEE ମେନ୍ ପେପର-୨ ରେଜଲ୍ଟ ପ୍ରକାଶ
ନୂଆଦିଲ୍ଲୀ : ଜେଇଇ ମେନ୍-୨୦୨୫ ଜାନୁଆରୀ ସେସନ୍ର ପେପର-୨ ଫଳାଫଳ ପ୍ରକାଶ ପାଇଛି । ପେପର-୨ ବିଆର୍କ ଓ ବିପ୍ଲାନିଙ୍ଗ ରେଜଲ୍ଟ ପ୍ରକାଶ କଲା ଏନଟିଏ । ବିଆର୍କରେ ସମୁଦାୟ ୪୪ ହଜାର ଓ ବିପ୍ଲାନିଙ୍ଗରେ ୧୮ ହଜାର ପିଲା ପରୀକ୍ଷା ଦେଇଥିଲେ । ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା ।

୨୮୯ ସହରରେ ସମୁଦାୟ ୩୯୧ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର୍ଥୀ ଓ୍ବେବସାଇଟ୍ ମାଧ୍ୟମରୁ ନିଜ ଫଳାଫଳ ଜାଣିପାରିବେ ।












Click it and Unblock the Notifications