ପ୍ରକାଶ ପାଇଲା JEE ଆଡଭାନ୍ସଡ୍ ରେଜଲ୍ଟ, IIT ଦିଲ୍ଲୀ ଜୋନର ବେଦ ଲାହୋଟି ଟପ୍ପର
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ । ମୋଟ ୪୮,୨୪୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । jee.adv.ac.in ରେଜଲ୍ଟ ଉପଲବ୍ଧ ହେଉଛି । ୩୬୦ରୁ ୩୫୫ନମ୍ବର ରଖି ବେଦ ଲାହୋଟି ଟପ୍ପର ହୋଇଛନ୍ତି । ବେଦ ଲାହୋଟି ଆଇଆଇଟି ଦିଲ୍ଲୀ ଜୋନ୍ର ଛାତ୍ର ।

୨ୟ ସ୍ଥାନରେ ରହିଛନ୍ତି ଆଦିତ୍ୟ । ସେ ୩୪୬ ନମ୍ବର ରଖିଛନ୍ତି । ସେହିପରି ୩ୟ ସ୍ଥାନରେ ଭୋଗଲାପାଲ୍ଲୀ ସନ୍ଦେଶ(୩୩୮) ରହିଛନ୍ତି । ଛାତ୍ରୀମାନଙ୍କ ମଧ୍ୟରେ ଦ୍ୱିଜା ଧର୍ମେଶକୁମାର ପଟେଲ ସର୍ବୋଚ୍ଚ ନମ୍ବର ରଖିଛନ୍ତି । ସେ ୩୩୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭ମ ର୍ୟାଙ୍କ ହାସଲ କରିଛନ୍ତି । ଚଳିତବର୍ଷ ମୋଟ ୪୮ ହଜାର ୨୪୮ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୦ ହଜାର ୨୮୪ ଜଣ ଛାତ୍ର ଥିବାବେଳେ ୭୯୬୪ ଜଣ ଛାତ୍ରୀ ରହିଛନ୍ତି ।












Click it and Unblock the Notifications