ପ୍ରକାଶ ପାଇଲା JEE ଆଡଭାନ୍ସର ରେଜଲ୍ଟ
ପ୍ରକାଶ ପାଇଲା ଚଳିତ ବର୍ଷର ଜେଇ ଆଡଭାନ୍ସ ପରୀକ୍ଷା ଫଳ। ଆଜି ପୂର୍ବାହ୍ନ 10 ବେଳେ ଆଇଆଇଟି ମୁମ୍ବାଇ ପକ୍ଷରୁ ଫଳାଫଳ ପ୍ରକାଶ ପାଇଛି ।
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତ ବର୍ଷର ଜେଇ ଆଡଭାନ୍ସ ପରୀକ୍ଷା ଫଳ। ଆଜି ପୂର୍ବାହ୍ନ 10 ବେଳେ ଆଇଆଇଟି ମୁମ୍ବାଇ ପକ୍ଷରୁ ଫଳାଫଳ ପ୍ରକାଶ ପାଇଛି । jeeadv.ac.in ୱେବସାଇଟରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ । ଏହି ପରୀକ୍ଷାରେ ଆଇଆଇଟି ବମ୍ବେର ଆରକେ ଶିଶିର ଜୋନ ଟପ୍ପର ହୋଇଛନ୍ତି ।
ପ୍ରଥମେ ୱେବସାଇଟ ଖୋଲି ରେଜିଷ୍ଟ୍ରେସନ ନମ୍ବର, ଜନ୍ମ ତାରିଖ ଓ ମୋବାଇଲ ନମ୍ବର ଦେଇ ନିଜର ସ୍କୋର ଦେଖିପାରିବେ ପରୀକ୍ଷାର୍ଥୀ । ଏହାସହ ଆଇଆଇଟି ଜେଇ ଆଡଭାନ୍ସ ରେଜଲ୍ଟ ପାଇଁ ପରୀକ୍ଷାର୍ଥୀ ଜେଇ ଆଡଭାନ୍ସ କଟଅଫ 2022ରୁ ଫଳ ଦେଖିପାରିବେ । ଆସନ୍ତାକାଲିଠାରୁ ଆଇଆଇଟି ସିଟ ପାଇଁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀମାନେ ନିଜର ମନ ପସନ୍ଦର କଲେଜ ବାଛି ପାରିବେ ।













Click it and Unblock the Notifications