ଜେଡିୟୁ ନିର୍ବାଚନରେ ମିଳିଲା ୨୫ ଆସନ, କେବେ ରାଜନୀତି ଛାଡ଼ିବେ ପ୍ରଶାନ୍ତ କିଶୋର ; କରିଥିଲେ ଘୋଷଣା
ବିହାର ବିଧାନସଭା ନିର୍ବାଚନର ରେଜଲ୍ଟ ସବୁଠୁ ଅଧିକ ଝଟକା ଦେଇଛି ଜନ ସୁରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋରଙ୍କୁ । କାହିଁକି ନା ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ଅନେକ ଇଣ୍ଟରଭ୍ୟୁରେ ପ୍ରଶାନ୍ତ କିଶୋର ଖୋଲାଖୋଲି କହିଥିଲେ, ନିର୍ବାଚନରେ ଜେଡିୟୁକୁ ୨୫ଟି ସିଟ୍ ମିଳିବିନି, ଯଦି ମିଳିବ ତେବେ ସେ ରାଜନୀତି ଛାଡ଼ିଦେବେ । ହେଲେ ନିର୍ବାଚନରେ କିନ୍ତୁ ଜେଡିୟୁ ଏକାକି ୮୫ ଆସନ ଜିତିବା ସହ ଏନଡିଏ ମୋଟ ୨୦୨ ଆସନ ଜିତି ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ଆଉ ଏହାପରେ ଚର୍ଚ୍ଚା ବଢ଼ିଛି ଯେ, ସତରେ କଣ ନିଜ କଥାକୁ ରଖି ପ୍ରଶାନ୍ତ କିଶୋର ରାଜନୀତିରୁ ସନ୍ନ୍ୟାସ ନେବେ?

ଏହି କଥାକୁ ନେଇ ଜନ ସୁରାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ସିଂହ ଏବେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରଶାନ୍ତ କିଶୋର କେବେ ବି ରାଜନୀତି ଛାଡ଼ିବେ ନାହିଁ । ଆପଣମାନେ ଚାହୁଁଛନ୍ତି ପ୍ରଶାନ୍ତ କିଶୋର ରାଜନୀତି ଛାଡ଼ିଦିଅନ୍ତୁ । ଆପଣମାନେ ଏହି କଥା ଉପରେ ଜୋର ଦେଉଛନ୍ତି । ହେଲେ ସତରେ କଣ ପ୍ରଶାନ୍ତ କିଶୋରଙ୍କ ଭଳି ନେତା ରାଜନୀତି ଛାଡିବା ଉଚିତ୍? ବୋଲି ସେ ପ୍ରଶ୍ନ କରିଛନ୍ତି, ଆଉ ଏହି କଥାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏଥର ବିହାର ନିର୍ବାଚନରେ ଏନଡିଏର ବମ୍ପର ବିଜୟ ଘଟିଛି । ୨୪୩ ଆସନରୁ ୨୦୨ ସିଟରେ ବାଜିମାରିଛି ଏନଡିଏ । ଏକାକୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ୮୫ ଆସନରେ ବିଜୟ ହାସଲ କରିଛି । ଆଉ ତା ସହ ଭାରତୀୟ ଜନତା ପାର୍ଟି ଜିତିଛି ୮୯ ସିଟ୍ । ଖାଲି ସେତିକି ନୁହେଁ ଚିରାଗ ପାସଓ୍ୱାନଙ୍କ ଦଳ ମଧ୍ୟ ୧୯ ସିଟ୍ ଜିତିଛି । ଅନ୍ୟପଟେ ମହାମେଣ୍ଟ କିନ୍ତୁ ମାତ୍ର ୩୫ ଆସନରେ ଆଣ୍ଠେଇ ପଡ଼ିଛି ।












Click it and Unblock the Notifications