ବିହାର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ର୍ରାର୍ଥୀ ତାଲିକା ଜାରି କଲା ଜେଡିୟୁ
ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ନୀତିଶ କୁମାରଙ୍କ ଦଳ ଜେଡିୟୁ । ମଙ୍ଗଳବାର ଜେଡିୟୁ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ, ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ପାଇଥିବା ୫୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ଖାସ୍ କଥା ହେଉଛି ଚିରାଗ ପାସଓ୍ୱାନଙ୍କ ଦଳ ଏଲଜେପି (ଆର୍) ପ୍ରାର୍ଥୀ ଦେଇଥିବା ୪ଟି ସିଟରେ ନୀତିଶ କୁମାରଙ୍କ ଜେଡିୟୁ ମଧ୍ୟ ପ୍ରାର୍ଥୀ ଦେଇଛି । ଯାହାକି ଏବେ ବିହାର ରାଜନୀତିକୁ ଅଧିକ ରୋଚକ କରିଛି ।

ମିଳିଥିବା ସୂଚନା ମୁତାବକ, ସୋନବରସା ବିଧାନସଭା କ୍ଷେତ୍ରରୁ ଜେଡିୟୁ ରତ୍ନେଶ ସଦା, ମୋରବା ବିଧାନସଭା ଆସନରୁ ନିଷାଦ, ଏକମାରୁ ଧୂମଲ ସିଂ ଆଉ ରାଜଗିରିରୁ କୌଶଲ କିଶୋରଙ୍କୁ ପ୍ରାର୍ଥୀ କରିଛି । ଏହାସହିତ ମନ୍ତ୍ରୀ ବିଜୟ ଚୌଧୁରୀଙ୍କୁ ସରାୟ ରଞ୍ଜନରୁ ଟିକେଟ୍ ଦିଆଯାଇଛି । ଏନଡିଏ ମେଣ୍ଟରେ ସିଟ୍ ବଣ୍ଟନ ନେଇ ବୁଝାମଣା ହେବା ପରେ ନୀତିଶ କୁମାର ଏହି ପ୍ରାର୍ଥୀ ଘୋଷଣା କରିଛନ୍ତି । ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝା କହିଛନ୍ତି ଯେ, ଏନଡିଏ ପୂରାପୂରି ଭାବେ ଏକଜୁଟ୍ ଅଛି ଆଉ ବିହାର ବିକାଶର ମୁଦ୍ଦା ଉପରେ ହିଁ ଏଥର ଜେଡିୟୁ ନିର୍ବାଚନ ଲଢିବ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications