ଆସନ୍ତାକାଲି ଜେଡିୟୁର ବିଧାୟକ ଦଳ ବୈଠକ, ଏହି ଦିନ ହୋଇପାରେ ଶପଥ ଗ୍ରହଣ ଉତ୍ସବ

ବିହାରରେ ନୂତନ ସରକାର ଗଠନ ଏବଂ ମେଣ୍ଟ ସରକାରରେ ଅଂଶୀଦାରଙ୍କ ଅଂଶଧନ ପାଇଁ ଫର୍ମୁଲା ଚୂଡାନ୍ତ ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଦଳ ଆସନ୍ତାକାଲି ଏକ ବିଧାୟକ ଦଳ ବୈଠକ ଡାକିଛନ୍ତି । ଯେଉଁଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଛଅ ଜଣ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ଫର୍ମୁଲା କାର୍ଯ୍ୟକାରୀ ହୋଇପାରେ । ଅର୍ଥାତ୍‌ ମେଣ୍ଟ ଏଥର ସରକାରରେ ସମସ୍ତ ଦଳକୁ ସାମିଲ କରିବାକୁ ଚାହୁଁଛି ।

NITISH KUMAR

ଆସନ୍ତା ୨୨ରେ ବର୍ତ୍ତମାନ ବିହାର ସରକାରଙ୍କ ଶେଷ ଦିନ ରହିଛି । ଏହା ପୂର୍ବରୁ ୧୮ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ ଏବଂ ଶପଥ ଗ୍ରହଣ ସମାରୋହ ୧୯ କିମ୍ବା ୨୦ରେ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ । ପାଟନାର ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+