ଭାଙ୍ଗିଯିବ କି ମହାମେଣ୍ଟ:ଏକାକୀ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି ଜେଡିଏସ
ନୂଆଦିଲ୍ଲୀ:ଆସନ୍ତା ଲୋକସଭା ନିର୍ବାଚନ ଜେଡିଏସ୍ ଏକାକୀ ଲଢିବାର ନିଷ୍ପତ୍ତି ନେଇଛି । ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ଆଜି ଜେଡିଏସ୍ ସୁପ୍ରିମୋ ଏଚ.ଡି ଦେବଗୌଡ଼ା ଘୋଷଣା କରିଛନ୍ତି ।
କଂଗ୍ରେସଠୁ ଅଲଗା ହେବା ପରେ ଜେଡିଏସ୍ ନେତା କୁମାରସ୍ୱାମୀ ବିଜେପି ସହ ମିଶି କାର୍ଯ୍ୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଜେଡିଏସ୍ ନା ବିରୋଧିଙ୍କ ମହାମେଣ୍ଟ ଇଣ୍ତିଆରେ ସାମିଲ ହେବ ନା, ଏନଡିଏ ମେଣ୍ଟରେ । ଦଳ ଲୋକସଭା ନିର୍ବାଚନ ଏକାକୀ ଲଢିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡ଼ା ।

ଏଚ.ଡି ଦେବଗୌଡ଼ା କହିଛନ୍ତି,5,6,3,2 କିମ୍ବା କୋଟିଏ ଆସନ ଜିତିଲେ ମଧ୍ୟ ଆମେ ଆଗାମୀ ନିର୍ବାଚନ ଏକାକୀ ଲଢିବୁ । ଦଳର ସ୍ଥିତି ଯେଉଁଠି ମଜବୁଚ ଆମେ ସେଠି ହିଁ ପ୍ରାର୍ଥୀ ଦେବୁ । ଏହାପୂର୍ବରୁ ସ୍ଥାନୀୟ କର୍ମୀଙ୍କ ସହ ଆଲୋଚନା କରାଯିବା ନେଇ ସେ କହିଛନ୍ତି । । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୦୧୯ ଲୋକସଭା ନିର୍ବାଚନରେ ଜେଡିଏସ୍ କେବଳ ଗୋଟିଏ ଆସନରୁ ବିଜୟୀ ହୋଇଥିଲା ।












Click it and Unblock the Notifications