ପ୍ରଜ୍ୱଳ ରେବନ୍ନାଙ୍କ ପିତା ଏଚଡି ରେବନ୍ନାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲାରେ ସୋମବାର ଦିନ ଏକ ସ୍ପେଶାଲ କୋର୍ଟ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ରେବନ୍ନାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଏଚଡି ରେବନ୍ନା ଓ ତାଙ୍କ ସାଂସଦ ପୁଅ ପ୍ରଜ୍ୱଳ ରେବନ୍ନାଙ୍କ ନାମରେ ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ନେଇ ଅନେକ ମାମଲା ଦାଖଲ ହୋଇଛି ।

ଏହି ମାମଲାର ଯାଂଚ ଚାଲିଛି, ଏବେ ପ୍ରଜ୍ୱଳ ରେବନ୍ନା ଦେଶ ବାହାରକୁ ଫେରାର ହୋଇଯାଇଛନ୍ତି । ପୋଲିସର ନୋଟିସ ପରେ ମଧ୍ୟ ପ୍ରଜ୍ୱଳ ଏପର୍ଯ୍ୟନ୍ତ ଦେଶକୁ ଫେରି ନାହାଁନ୍ତି । ପୋଲିସର ନୋଟିସ ସତ୍ତ୍ୱେ ମଧ୍ୟ ପ୍ରଜ୍ୱଳ ଫେରାର ଅଛନ୍ତି । ଏହା ପୂର୍ବରୁ ଜେଡିଏସ ନେତା ତଥା ବିଧାୟକ ଏଚଡି ରେବନ୍ନାଙ୍କୁ ଏକ ଅପହରଣ ମାମଲାରେ ମେ ୧୩ ତାରିଖରେ ସ୍ପେଶାଲ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

H D Revanna

ହେଲେ ତାଙ୍କ ନାଁରେ ଯୌନ ଉତ୍ପୀଡନ ମାମଲା ଥିବାରୁ ସେ ଜେଲରୁ ବାହାରିପାରି ନଥିଲେ । ତାଙ୍କୁ ୫ ଲକ୍ଷ ଟଙ୍କା ବଣ୍ଡ ଆଧାରରେ ଜାମିନ ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+