ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମେରିକା ଉପରାଷ୍ଟ୍ରପତି ଓ ତାଙ୍କ ପରିବାର
ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ୪ ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସକାଳ ୯ଟା ୪୫ ମିନିଟରେ ତାଙ୍କ ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଥିଲା । ତାଙ୍କୁ ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ କରିଥିଲେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ସନ୍ଧ୍ୟାରେ ସେ ପିଏମ୍ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିଛନ୍ତି । ଏହି ଗସ୍ତ ୨ ଦେଶ ମଧ୍ୟରେ ବାଣିଜ୍ୟିକ, ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
କଲ୍ୟାଣ ମାର୍ଗରେ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦୀଙ୍କ ସହିତ ଜେଡି ଭାନ୍ସଙ୍କ ସାକ୍ଷାତ ହୋଇଛି । ଏହି ସମୟରେ ମୋଦୀ, ଭାନ୍ସଙ୍କ ପତ୍ନୀ ଓ ପିଲାଙ୍କ ସହିତ ମଧ୍ୟ ସାମିଲ ହୋଇଥିଲେ । ଭାନ୍ସଙ୍କ ପରିବାର ପାଇଁ ରେଡ୍ କାର୍ପେଟ୍ ବିଛାଯାଇଥିଲା ।

ଜେଡି ଭାନ୍ସ ଆମେରିକାର ଉପରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି । ପୂର୍ବରୁ ମୋଦୀ ଏବଂ ଭାନ୍ସ ଆମେରିକାରେ ନିର୍ବାଚନ ଫଳାଫଳ ଆସିବା ପରେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ଗଠନ ନେଇ ମତ ଦେଇଥିଲେ । ଏବେ ଭାନ୍ସଙ୍କ ଏହି ଗସ୍ତ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ୪ ଦିନିଆ ଗସ୍ତରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇପାରନ୍ତି । ମୋଦୀ ଏବଂ ଭାନ୍ସଙ୍କ ମଧ୍ୟରେ ଟାରିଫ୍ ମୁଦ୍ଦା, ଋଷ୍-ୟୁକ୍ରେନ୍ ଯୁଦ୍ଧ ଉପରେ ଚର୍ଚ୍ଚା ହେବା ନେଇ ଅନୁମାନ କରାଯାଉଛି ।
ଭାରତରେ ପହଞ୍ଚିବା ପରେ ଜେଡି ଭାନ୍ସ ନିଜ ପରିବାର ସହ ଅକ୍ଷରଧାମ ମନ୍ଦିର ଦର୍ଶନ କରିଛନ୍ତି । ଦର୍ଶନ ପରେ ତାଙ୍କ ପିଲାଙ୍କୁ ମନ୍ଦିର ବେଶ୍ ପସନ୍ଦ ଆସିଥିବା ଭାନ୍ସ କହିବା ସହ ଧନ୍ୟବାଦ ଜଣାଇଛନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications