ସଞ୍ଜୟଙ୍କୁ ବଡ଼ ଦାୟିତ୍ୱ ଦେଲା ଜେଡିୟୁ , ହେଲେ ଦଳର କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସିଥିବା ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ବୈଠକରେ ସଞ୍ଜୟ ଝାଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି । ତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି ।

ଏନେଇ ନୀତୀଶ କୁମାର ଘୋଷଣା କରିଛନ୍ତି । ପ୍ରକାଶ ଥାଉକି, ଏହି ବୈଠକରେ ଜେଡିୟୁ ବିଜେପିର ଚିନ୍ତା ବଢ଼ାଇଦେଇଛି । ବାସ୍ତବରେ, କେନ୍ଦ୍ର ସରକାରଙ୍କ ଠାରୁ ବିହାର ପାଇଁ ସ୍ୱତନ୍ତ୍ର ବର୍ଗ ମାନ୍ୟତା (ସ୍ୱତନ୍ତ୍ର ରାଜ୍ୟ) କିମ୍ବା ସ୍ୱତନ୍ତ୍ର ପ୍ୟାକେଜ୍ ଦାବିରେ ଜେଡିୟୁର ଏହି ବୈଠକରେ ଏକ ସଂକଳ୍ପ ପାରିତ ହୋଇଥିଲା । ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବାର ଦାବି ଦୀର୍ଘ ଦିନ ଧରି ହୋଇଆସୁଛି ।

sanjay

ଜେଡିୟୁ ବୈଠକରେ ଏହା ସ୍ୱୀକାର କରାଯାଇଛି ଯେ ବିହାର ଦୀର୍ଘ ଦିନ ଧରି ସ୍ୱତନ୍ତ୍ର ମାନ୍ୟତା ପାଇବାକୁ ଅପେକ୍ଷା କରିଛି । ରାଜ୍ୟର ଆର୍ôଥକ ବିକାଶ ପାଇଁ ଏହା ଉପରେ ନିଷ୍ପତ୍ତି ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଆଜିର ଏହି ବୈଠକ ପରେ ଦଳର ବରିଷ୍ଠ ନେତା ନୀରଜ କୁମାର କହିଛନ୍ତି, "ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାଂସଦ ସଞ୍ଜୟ ଝାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି ।

ଗୋଟିଏ ହେଲା ସଞ୍ଜୟ ଝାଙ୍କୁ କାର୍ଯ୍ୟକାରୀ ସଭାପତି କରିବା ଓ ଅନ୍ୟଟି ହେଲା ଜେଡିୟୁ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏରେ ରହିବ ।" ଗତବର୍ଷ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜେଡିୟୁର ଦାୟିତ୍ୱ ନେଇଥିଲେ । ଗତବର୍ଷ ଡିସେମ୍ବରରେ ବସିଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନୀତିଶ କୁମାର ଜେଡିୟୁର ସଭାପତି ହୋଇଥିଲେ । ଏହାପୂର୍ବରୁ ରାଜୀବ ରଞ୍ଜନ ଓରଫ ଲଲନ ସିଂହ ଜେଡିୟୁ କମାଣ ସମ୍ଭାଳିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+