NDA ରେ ସାମିଲ ହେବେ ଜୟନ୍ତ ଚୌଧୁରୀ
Lok Sabha Election 2024:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ସଭାପତି ଜୟନ୍ତ ଚୌଧୁରୀ ଏନଡିଏରେ ଯୋଗଦେବାକୁ ଘୋଷଣା କରିଛନ୍ତି । ଏନଡିଏରେ ଯୋଗଦେବା ପ୍ରଶ୍ନରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ମୁଁ ମୋର ସମସ୍ତ ବିଧାୟକଙ୍କ ସହ କଥା ହୋଇଛି । ଆମକୁ ଅଳ୍ପ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିଲା, ପରିସ୍ଥିତି ଏପରି ଥିଲା ଯେ ଆମେ ଏନଡିଏ ସହିତ ଯିବାକୁ ସ୍ଥିର କଲୁ । ସେ ଆହୁରି କହିଛନ୍ତି ଯେ ଆମର ସମସ୍ତ ବିଧାୟକ ଏବଂ କର୍ମୀ ଆମ ସହିତ ଅଛନ୍ତି ।
ନିକଟେର ମୋଦୀ ସରକାର ଜୟନ୍ତ ଚୌଧୁରୀଙ୍କ ଜେଜବାପା ତଥା ପୂବର୍ତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଥେôଲ । ଯାହା ପେର ଜୟନ୍ତ ଚୌଧୁରୀ ଏନଡିେଏର ଯୋଗେଦବା ନେଇ କଳ୍ପନାଜଳ୍ପନା କରାଯାଇଥିଲା । ତେବେ ସେ ଖୁବ ଶୀଘ୍ର ବେିଜପି ସହ ଏକ ମେଣ୍ଟ ଗଠନ କରେିବ ବୋଲି ସ୍ପଷ୍ଟ କରିଛନ୍ତି ।

ଆମେ ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ଜୟନ୍ତ ଚୌଧୁରୀ ଇଣ୍ଡିଆ ମେଣ୍ଟର ଏକ ଅଂଶ ଥିଲେ । ଯେତେବେଳେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପୁରସ୍କାର ଘୋଷଣା କରିଥିଲେ ସେତେବେଳେ ଜୟନ୍ତ ଚୌଧୁରୀ ଭାରତର ରାଷ୍ଟ୍ରପତି ତଥା ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଯେତେବେଳେ ଜୟନ୍ତ ଚୌଧୁରୀଙ୍କୁ ପଚରାଯାଇଥିଲା ଯେ ସେ ବିଜେପି ସହ ଯିବେ କି ନାହିଁ, ସେ କହିଥିଲେ ମୁଁ କେଉଁ ଆଧାରରେ ମନା କରିବି? ତେବେ ବର୍ତ୍ତମାନ ଜୟନ୍ତ ଚୌଧୁରୀ ନିଜେ ଏନଡିଏରେ ଯୋଗଦେବାକୁ ଘୋଷଣା କରିଛନ୍ତି ।












Click it and Unblock the Notifications