Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ କାର୍ଯ୍ୟକାଳ ସରିଛି, ଜାଣନ୍ତୁ ଶେଷ ଦିନରେ କ'ଣ ପାଇଁ ମାଗିଲେ କ୍ଷମା

Jaya Bachchan: ଆଜି ରାଜ୍ୟସଭାରେ ଶେଷ ହୋଇଛି ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟ ବଚ୍ଚନଙ୍କ କାର୍ଯ୍ୟକାଳ । ବିଦାୟ ନେବା ପୂର୍ବରୁ ସେ ସମସ୍ତ ସଦସ୍ୟଙ୍କୁ ହାତ ଯୋଡ଼ି କ୍ଷମା ମାଗିଛନ୍ତି ଏବଂ କହିଛନ୍ତି,ମୁଁ ଶୀଘ୍ର ରାଗିଯାଏ, ହେଲେ କାହାରିକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ ।

ନିଜ ଶେଷ ଦିନରେ ଜୟା ବଚ୍ଚନ କହିଛନ୍ତି, ଅନେକ ଲୋକ ମୋତେ ପ୍ରଶ୍ନ କରନ୍ତି ମୁଁ କାହିଁକି ହଠାତ୍ ରାଗି ଯାଉଛି । ତେବେ ସମସ୍ତଙ୍କୁ କହିବା ପାଇଁ ଚାହୁଁଛି ଏହା ମୋର ସ୍ୱଭାବ । ମୁଁ କିପରି ଏହାକୁ ବଦଳାଇ ପାରିବି । ମୋତେ ଯାହା ଭୁଲ୍ ଲାଗେ ସେହି ସମୟରେ ମୁଁ କ୍ରୋଧିତ ହୋଇଯାଏ ଏବଂ ନିଜକୁ ଭୁଲି ଯାଏ ।

Jaya Bachchan

ସେ ଆହୁରି କହିଛନ୍ତି, ମୁଁ ରାଗିଯାଏ, ହେଲେ କାହାକୁ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନୁହେଁ । ମୁଁ ଜଣା ଅଜଣାତାର ଯଦି କାହାକୁ କଷ୍ଟ ଦେଇଛି ବା ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତେବେ ସମସ୍ତଙ୍କୁ ହାତ ଯୋଡି କ୍ଷମା ମାଗୁଛି । ଦୀର୍ଘ ୨୦ ବର୍ଷ ମଧ୍ୟରେ ମୋର ଭିନ୍ନ ଭିନ୍ନ ଅନୁଭୂତି ରହିଛି । ଏ ଗୃହ ସର୍ବଦା ସମୃଦ୍ଧ ହେଉ ଏବଂ ଗୃହର ଗରିମା ବଢୁ ।

ସୂଚନାଥାଉ ଯେ, ଆସନ୍ତା ଏପ୍ରେଲରେ ରାଜ୍ୟସଭାର 68ଜଣ ସଦସ୍ୟଙ୍ରକ କାର୍ଯ୍ୟକାଳ ଶେଷ ହେବା ପାଇଁ ଯାଉଛି । ସେମାନଙ୍କ ମଧ୍ୟରୁ ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନଙ୍କ ନାଁ ମଧ୍ୟ ସାମିଲ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+