ଏୟାରପୋର୍ଟରେ ଆର୍ମି ଅଫିସରଙ୍କ ଉତ୍ପାତ, ଲାତ, ମୁଥ ମାରି ଭାଙ୍ଗିଦେଲେ କର୍ମଚାରୀଙ୍କ ମେରୁଦଣ୍ଡ

ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା SG-386 ବିମାନର ବୋର୍ଡିଂ ଗେଟରେ ଜଣେ ଯାତ୍ରୀ ସ୍ପାଇସଜେଟର ଚାରି ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଶ୍ରୀନଗର ବିମାନବନ୍ଦରରେ ହୋଇଥିଲା। ସ୍ପାଇସଜେଟର ଜଣେ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀ ଜଣକ ସ୍ପାଇସଜେଟର କର୍ମଚାରୀଙ୍କୁ ଲାତ ଏବଂ ମୁଥ ମାରିବା ଫଳରେ ଆମର କର୍ମଚାରୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସେମାନଙ୍କ ପାଟିରେ ଗୁରୁତର ଆଘାତ ଲାଗିଥିଲା।

ସ୍ପାଇସ୍‌ ଜେଟ ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀ ଯାତ୍ରୀ ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ(ଆର୍ମି ଅଫିସର) ଥିଲେ। ସେ ଦୁଇଟି କେବିନ ବ୍ୟାଗ ନେଇ ଯାଉଥିଲେ, ଯାହାର ମୋଟ ଓଜନ ୧୬ କିଲୋଗ୍ରାମ, ଯାହା ଅନୁମୋଦିତ ୭ କିଲୋଗ୍ରାମ ସୀମାରୁ ଦୁଇ ଗୁଣରୁ ଅଧିକ ଥିଲା।

jawan

ଯାତ୍ରୀଙ୍କୁ ଅତିରିକ୍ତ ସାମଗ୍ରୀ ପାଇଁ ଶୁଳ୍କ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ତାହା ଦେବାକୁ ମନା କରିଦେଇଥିଲେ ଏବଂ ବୋର୍ଡିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରି ଜୋରଜବରଦସ୍ତ ଏୟାରୋ ବ୍ରିଜରେ ପ୍ରବେଶ କରି ବିମାନ ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ କରିଥିଲେ। ଜଣେ ସୁରକ୍ଷା ଗାର୍ଡ ତାଙ୍କୁ ଗେଟ୍‌ ବାହାରକୁ ଆଣିଥିଲେ। ଗେଟ୍‌ରେ ପହଞ୍ଚିବା ପରେ ଯାତ୍ରୀଙ୍କ ବ୍ୟବହାର ଆହୁରି ଆକ୍ରମଣାତ୍ମକ ହୋଇଯାଇ ଥିଲା। ସେ ସ୍ପାଇସ୍‌ ଜେଟ୍‌ର ଚାରିଜଣ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ମାରପିଟ କରିଥିଲେ।

ତେବେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସରେ ଏକ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି ଏବଂ ଏୟାରଲାଇନ୍‌ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ନୋ-ଫ୍ଲାଇଟ ତାଲିକାରେ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହାପରେ ସେହି ଯାତ୍ରୀ ଆଉ ବିମାନରେ ଯାତ୍ରା କରିପାରିବେ ନାହିଁ। ସ୍ପାଇସ୍‌ ଜେଟ ନାଗରିକ ବିମାନନ ମନ୍ତ୍ରଣାଳୟକୁ ଚିଠି ଲେଖି କର୍ମଚାରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛି ଏବଂ ଯାତ୍ରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛି। ଏୟାରଲାଇନ୍‌ ବିମାନବନ୍ଦରରୁ ଏହି ଘଟଣାର ସିସିଟିଭି ଫୁଟେଜ ସଂଗ୍ରହ କରି ପୁଲିସକୁ ହସ୍ତାନ୍ତର କରିଛି, ଯାହା ଦ୍ୱାରା ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+