ଭୁଶୁଡିଲା ଜବାହରଲାଲ ନେହେରୁ ଅସ୍ଥାୟୀ ପେଣ୍ଡାଲ, ୮ ଆହତ

Jawaharlal Nehru Stadium: ଦେଶର ରାଜଧାନୀ ଦିଲ୍ଲୀରୁ ଏକ ବଡ଼ ଖବର ରହିଛି । ଶନିବାର ଦିନ ଜବାହରଲାଲ ନେହେରୁ ଷ୍ଟାଡିୟମରେ ନିର୍ମିତ ଏକ ଅସ୍ଥାୟୀ ପେଣ୍ଡାଲ ଭୁଶୁଡି ୮ ଜଣ ଆହତ ହୋଇଥିବା ବେଳେ ଅନେକ ଲୋକ ଦବି ରହିଥିବା ନେଇ ସୂଚନା ରହିଛି । ଭାଙ୍ଗିପଡିଥିବା ପେଣ୍ତାଲକୁ କ୍ରେନ୍ ସାହାଯ୍ୟରେ ହଟାଯାଉଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଦକ୍ଷିଣ ଦିଲ୍ଲୀ ଡିସିପିଙ୍କ ସୂଚନା ଅନୁସାରେ, ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍ ନମ୍ବର ୨ ନିକଟରେ ଥିବା ଏକ ଲନରେ କାମ ଜାରି ରହିଥିବା ବେଳେ ଏହାର ଏକ ବଡ଼ ଅଂଶ ଶନିବାର ଅପରାହ୍ନରେ ଭୁଶୁଡ଼ି ପଡିଥିଲା । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିବା ବେଳେ ଏବେ ଏହା ମଧ୍ୟ ଅନେକ ଦବି ହୋଇ ରହିଥିବା ସନ୍ଦେହ କରାଯାଉଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

jawaharlal nehru stadium

ଏଥି ସହ ଲାଲ ବାହାଦୂର ଶାସ୍ତ୍ରୀ ହସ୍ପିଟାଲର ଜରୁରୀକାଳୀନ ବିଭାଗର ମେଡିକାଲ ଟେକ୍ନିସିଆନ ଆସିଫ ଅନସାରୀ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଆହତ ହୋଇଥିବା 10 ରୁ 12 ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଛି ସେମାନଙ୍କ ଚିକିତ୍ସା ଜାରି ରହିଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+