ମୋଦିଙ୍କ ସହ ଗୁପଚୁପ୍ ଖାଇଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା
ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୁଦ୍ଧ ଜୟନ୍ତୀ ପାର୍କକୁ ଯାଇଥିଲେ । ସେଠାରେ ଗୁପ୍ଚୁପ୍, ଲସି ଓ ଆମ୍ବପଣା ପିଇଥିଲେ । ଆଉ ଏସବୁ ଖାଦ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା ।

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା । ଭାରତ ଗସ୍ତ କାଳରେ ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି କିଶିଦା । ଉଭୟ ଦେଶର ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।
ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୁଦ୍ଧ ଜୟନ୍ତୀ ପାର୍କକୁ ଯାଇଥିଲେ । ସେଠାରେ ଗୁପ୍ଚୁପ୍, ଲସି ଓ ଆମ୍ବପଣା ପିଇଥିଲେ । ଆଉ ଏସବୁ ଖାଦ୍ୟ ତାଙ୍କୁ ଖୁବ୍ ଭଲ ଲାଗିଥିଲା । ଏହାସହ ଫୁମିୟୋ କିଶିଦାଙ୍କୁ କଦମ୍ବ କାଠରେ ତିଆରି ଏକ ଜାଲି ବାକ୍ସରେ ଲାଗିଥିବା ଚନ୍ଦନ କାଠର ବୁଦ୍ଧ ମୂର୍ତ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି କଳାକୃତି କର୍ଣ୍ଣାଟକର ସମୃଦ୍ଧ ଐତିହ୍ୟ ସହ ଜଡିତ ।
#WATCH | Prime Minister Narendra Modi and Japanese PM Fumio Kishida visit Buddha Jayanti Park in Delhi. The Japanese PM also tried Gol Gappe, Lassi and Aam Panna here.
(Source: DD News) pic.twitter.com/sC3khaR31v
— ANI (@ANI) March 20, 2023
ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଅନେକ ଲୋକ ସେମାନଙ୍କ ମତାମତ ରଖିଛନ୍ତି । କହିଛନ୍ତି କି ଏ ଖାଦ୍ୟ ଜାପାନ ପ୍ରଧାନମନ୍ତ୍ରୀଙ୍କ ଦେହରେ ଯିବନି । ତାଙ୍କ ଦେହ ଖରାପ ହୋଇ ଯାଇପାରେ । ହେଲେ ଭିଡିଓ ଦେଖିଲେ ଲାଗୁଛି କି ସେ ଏସବୁ ଚଟପଟି ଖାଦ୍ୟର ବେଶ୍ ମଜା ନେଉଛନ୍ତି ।
ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ଟେକ୍ନୋଲୋଜି, ଡିଜିଟାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏଥିସହିତ ଲଜିଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ଏମ୍ଏସ୍ଏମ୍ଇ ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଛି । ସେପଟେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ମଧ୍ୟ ମେ ମାସରେ ହେବାକୁଥିବା ଜି-୭ ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି ।












Click it and Unblock the Notifications