ୱାକଫ୍ ବିଲ୍‌କୁ ସମର୍ଥନ କଲା ଜନସେନା ଦଳ; ଘୋଷଣା କଲେ ସଭାପତି ପୱନ କଲ୍ୟାଣ

ୱାକଫ୍ ବିଲ୍‌କୁ ଏନ୍‌ଡିଏ ସହଯୋଗୀ ଦଳ ଜନସେନାର ସମର୍ଥନ କରୁଛି। ସମର୍ଥନ ଘୋଷଣା କଲେ ଜନସେନା ସଭାପତି ପୱନ କଲ୍ୟାଣ।ଆଲୋଚନାରେ ଭାଗ ନେବା ସହ ସପକ୍ଷରେ ଭୋଟ୍ ଦେବାକୁ ନିଜ ସାଂସଦଙ୍କୁ ନିର୍ଦ୍ଦେଶ ।

Waqf Bill

ସୂଚନା ଯୋଗ୍ୟ ଯେ,ଆଜି ଲୋକସଭାରେ ଆଗତ ହେବ ୱାକଫ ସଂଶୋଧିତ ବିଲ । ମଧ୍ୟାହ୍ନ ୧୨ଟାରେ ଗୃହରେ ବିଲକୁ ଆଗତ କରାଯିବ । ସମସ୍ତ ସାଂସଦଙ୍କୁ ଗୃହରେ ରହିବାକୁ ହ୍ବିପ ଜାରି କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ୱାକଫ ବିଲକୁ ନେଇ ୮ ଘଣ୍ଟା ଧରି ଚର୍ଚ୍ଚା କରାଯିବ । ୱାକଫ ସଂଶୋଧିତ ବିଲରେ କିଛି ଗୁରୁତ୍ବପୂର୍ଣ୍ଣ ସଂଶୋଧନ କରାଯାଇଛି ।

ଯୁଗ୍ମ ସଂସଦୀୟ କମିଟି, ଜେପିସିର ସୁପାରିଶ ଆଧାରରେ ଏହି ସଂଶୋଧନ କରାଯାଇଛି । ଏନଡିଏର ପ୍ରମୁଖ ସହଯୋଗୀ ସଂଯୁକ୍ତ ଜନତା ଦଳ ଓ ତେଲୁଗୁ ଦେଶମ ପାର୍ଟିର ଦିଆଯାଇଥିବା ସଂଶୋଧନକୁ ଗ୍ରହଣ କରାଯାଇଛି । ଆଜି ଏହି ବିଲକୁ ଲୋକସଭାରେ ଉପସ୍ଥାପନ କରାଯିବ । ବିଜନେସ ଆଡଭାଇଜରି କମିଟି ଏହା ଉପରେ ମୋହର ମାରିସାରିଛି । ବିଲ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଜେଡିୟୁ ଓ ତେଲୁଗୁ ଦେଶମ । ତେବେ ଇଣ୍ଡିମେଣ୍ଟ ବିତର୍କରେ ଭାଗ ନେଲେ ବି ବିଲ ସପକ୍ଷରେ ଭୋଟ ଦେବନି ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+