ପାକିସ୍ତାନୀ କଳାକାରଙ୍କ ସ୍ବରରେ 'ଜନ ଗଣ ମନ' , ଦେଖନ୍ତୁ
ଭାରତ ଏହାର ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନୀ ରାବାବ କଳାକାର ସିୟାଲ ଖାନ ଭାରତର ଜାତୀୟ ସଂଗୀତ ବଜାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ନୂଆଦିଲ୍ଲୀ: ଭାରତ ଏହାର ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନୀ ରାବାବ କଳାକାର ସିୟାଲ ଖାନ ଭାରତର ଜାତୀୟ ସଂଗୀତ ବଜାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଭାରତର ଜନସାଧାରଣଙ୍କ ପ୍ରତି ତାଙ୍କର ବିଶେଷ ଶ୍ରଦ୍ଧାଞ୍ଜଳି ଥିଲା ଏବଂ ତାଙ୍କର ଉପସ୍ଥାପନା ଅନଲାଇନରେ ଅନେକ ହୃଦୟ ଜିତିଛି ।

କଳାକାର ପୃଷ୍ଠଭୂମିରେ ଶାନ୍ତ ପର୍ବତ ଏବଂ ସବୁଜିମା ସହିତ ତାଙ୍କ ରାବାବରେ 'ଜନ ଗଣ ମନ' ଗାଉଥିବା ନଜର ଆସିଛନ୍ତି ।" ସିୟାଲ ଏହି ଗୀତ ପୋଷ୍ଟ କରି ଲେଖିଛନ୍ତି, ଭାରତ #IndependenceDay ଶୁଭେଚ୍ଛା । ମୁଁ ଭାରତର ଜାତୀୟ ସଂଗୀତକୁ ଶାନ୍ତି, ସହନଶୀଳତା ଏବଂ ଆମ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ବନ୍ଧୁତା ଏବଂ ସଦ୍ ଭାବନାର ଉଦ୍ଦେଶ୍ୟରେ ଗାଇଛି ବୋଲି କହିଛନ୍ତି ।
Here’s a gift for my viewers across the border. 🇵🇰🇮🇳 pic.twitter.com/apEcPN9EnN
— Siyal Khan (@siyaltunes) August 14, 2022
ପୋଷ୍ଟ ହେବା ପରଠାରୁ ଏହି ଭିଡିଓକୁ ଟ୍ୱିଟରରେ 790 ହଜାରରୁ ଅଧିକ ଭ୍ୟୁ ଏବଂ 46 ହଜାର ଲାଇକ୍ ମିଳିଛି । ଉଭୟ ଭାରତ ଏବଂ ପାକିସ୍ତାନର ଲୋକମାନେ ସଂଗୀତଜ୍ଞଙ୍କୁ ସାଲ୍ୟୁଟ୍ କରିଛନ୍ତି ଏବଂ ସମସ୍ତେ ତାଙ୍କର ସୁମଧୁର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି ।












Click it and Unblock the Notifications