ଜନଧନ ଆକାଉଣ୍ଟଧାରୀ Re-KYC କରିବା ଜରୁରୀ; କେମିତି କରିବେ ?

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(PMJDY)ର ୧୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଯୋଜନା ଅଧୀନରେ ଅନେକ ଆକାଉଣ୍ଟରେ ପୁଣି ଥରେ କଓ୍ବୋଇସି ଅପ୍‌ଡେଟ୍‌ କରିବାକୁ ହେବ। ହେଲେ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସିଖବର ରହିଛି। ରି-କଓ୍ବୋସି ପ୍ରକ୍ରିୟାକୁ ସହଜ କରିବା ଲାଗି ସାର୍ବଜନିତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ସେପ୍ଟେମ୍ବର ଯାଏ ପଞ୍ଚାୟତସ୍ତରରେ ସ୍ବତନ୍ତ୍ର ଶିବିର ଲଗାଇବେ। ବୁଧବାର RBI ଗଭର୍ନର ସଞ୍ଜୟ ମଲହୋତ୍ରା ଏହା ଜଣାଇଛନ୍ତି। ତେବେ ଆପଣ ଅନଲାଇନରେ Re-KYC କରିପାରିବେ, ଆସନ୍ତୁ ସେନେଇ ଜାଣିବା

Jan Dhan account holders are required to do Re-KYC how to do it

Re-KYC କ'ଣ?
ନୋ ଇଓର କଷ୍ଟମର(KYC) ଡିଟେଲ ହେଉଛି ସେହି ଡକ୍ୟୁମେଣ୍ଟ ଏବଂ ଠିକଣା ନେଇ ସୂଚନା ଯାହାକୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଆବଶ୍ୟକତା ପଡ଼ିଥାଏ। ରି-କଓ୍ବୋଇସି ଅର୍ଥାତ ବ୍ୟାଙ୍କ ପୁଣିଥରେ ଏସବୁ ଡକ୍ୟୁମେଣ୍ଟଗୁଡ଼ିକୁ ଅପ୍‌ଡେଟ୍‌ ରଖିବା ଲାଗି ପଦକ୍ଷେପ ଉଠାଇଥାନ୍ତି।

ଜନଧନ ଯୋଜନା କ'ଣ?
୨୦୧୪ରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଏହାକୁ ଦେଶର ପ୍ରତ୍ୟେକ ପରିବାରର ସଞ୍ଚୟ ଖାତା ରଖିବା ଲାଗି ଡିଜାଇନ କରାଯାଇଥିଲା। ଏଯାବତ ଏହି ଯୋଜନା ଅଧୀନରେ ୫୫ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।

ଏହି ଖାତାଧାରୀଙ୍କୁ ଅନେକ ଲାଭ ମିଳିଥାଏ, ଯେପରିକି ଜିରୋ ବାଲାନ୍ସ ସୁବିଧା, ସଞ୍ଚୟ ଟଙ୍କା ଉପରେ ସୁଧ, ଦୁର୍ଘଟଣା ବୀମା, ରୁପେ ଡେବିଟ୍‌ କାର୍ଡ ଏବଂ ୧୦୦୦୦ ଟଙ୍କାର ଓଭର ଡ୍ରାଫ୍ଟ ସୁବିଧା।

ଯଦି ଆକାଉଣ୍ଟ SBIରେ ଥାଏ ତେବେ କିଭଳି ଅନଲାଇନରେ କଓ୍ବୋଇସି ଅପ୍‌ଡେଟ୍‌ କରିବେ ଜାଣନ୍ତୁ:

-ପ୍ରଥମେ SBI Net Banking ଆକାଉଣ୍ଟରେ ଲଗ୍‌ ଇନ୍‌ କରନ୍ତୁ।
-ଏବେ My Account ଏବଂ ପ୍ରୋଫାଇଲ ଟ୍ୟାବ୍‌କୁ ଯାଆନ୍ତୁ।
-ଏହା ପରେ ଅପଡେଟ୍‌ କଓ୍ବୋଇସି ଅପ୍‌ଶନ ଚୟନ କରନ୍ତୁ
-ନିଜର ପ୍ରୋଫାଇଲ ପାସଓ୍ବାର୍ଡ ଦାଖଲ କରନ୍ତୁ ଏବଂ ସବମିଟ୍‌ କରନ୍ତୁ
-ପରେ ପୁଣି ଥରେ ନିଜର ଆକାଉଣ୍ଟ ଚୟନ କରି ସବମିଟ୍‌ କରନ୍ତୁ।
-ଜରୁରୀ ସୂଚନା ପ୍ରଦାନ କରନ୍ତୁ। ଯଦି କୌଣସି ପରିବର୍ତ୍ତନ ହୁଏ ତେବେ ଅପଡେଟେଡ୍‌ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।
- ପ୍ରକ୍ରିୟା ଶେଷ କରିବା ଲାଗି ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପଠାଯାଇଥିବା ଓଟିପି ଦାଖଲ କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+