ଆତଙ୍କବାଦୀଙ୍କର ବଡ଼ ଷଡଯନ୍ତ୍ରର ହେଲା ପର୍ଦାଫାସ୍, ଜବତ ହେଲା ୬ଟି ଆଇଡି
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ରର ହେଲା ପର୍ଦାଫାସ୍ । ପୁଲୱାମା ଆତଙ୍କବାଦୀ ଆତଙ୍କିତ କରିବା ପାଇଁ ୬ଟି ଆଇଡି ଲଗାଇଥିଲେ । ଯାହାକୁ ଜାମ୍ମୁ କାଶ୍ମୀର ପୋଲିସ ଠିକ୍ ସମୟରେ ଉଦ୍ଧାର କରି ନଷ୍ଟ କରିଦେଇଛି । ରାଜୌରୀ ଏନକାଉଣ୍ଟର ସମୟରେ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପୁଲୱାମାରେ ଏହି ଷଡଯନ୍ତ୍ର ରଚାଯାଇଥିଲା ।
ରବିବାର ଦିନ କାଶ୍ମୀର ଜୋନ୍ ପୋଲିସ କହିଛି ଯେ, ଆତଙ୍କବାଦୀଙ୍କର ଏକ ବଡ଼ ଷଡଯନ୍ତ୍ରର ପର୍ଦାଫାସ୍ କରାଯାଇଛି । ରାଜ୍ୟକୁ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରାଯାଇଛି । ସେହିପରି ଏହି ପ୍ଲାନରେ ସାମିଲ ଥିବା ଜଣେ ଆତଙ୍କବାଦୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।
ପୋଲିସ ଦେଇଥିବା ସୂଚନା ଅନୁସାରେ, ପୁଲୱାମା ଜିଲ୍ଲାର ଆରିଗାମ ନିବାସୀ ଇଶଫାକ ଅହମ୍ମଦ ୱାନିଙ୍କୁ ଗିରଫ କରି ପଚରାଉଚରା ପରେ ପୋଲିସ ପୁଲୱାମାରେ 5-6 କିଲୋଗ୍ରାମ IED ଜବତ କରିଛି ।

ପୋଲିସ ଏବଂ ସୁରକ୍ଷା କର୍ମୀମାନେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଖୋଜୁଥିବା ନେଇ ସୂଚନା ରହିଛି । ରବିବାର ଦିନ ଏକ ବିଶାଳ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ରାଜୌରୀ ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ରାଜୌରୀରେ ପହଞ୍ଚିଥିଲେ ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ଜାମ୍ମୁ କାଶ୍ମୀର ଏଲ-ଜି ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ।












Click it and Unblock the Notifications