ହାଇଆଲର୍ଟରେ ରଜୌରୀ ଏବଂ ପୁଞ୍ଚ, ପୁଣି ଟାର୍ଗେଟରେ କାଶ୍ମୀର ପଣ୍ଡିତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ରଜୌରୀ ଏବଂ ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ କରିବାର ପରିସ୍ଥିତି ଉପୁଜିଛି । ଜମ୍ମୁ-କାଶ୍ମୀର ଦୁଇଟି ସ୍ଥାନରେ ସୁରକ୍ଷାବଳଙ୍କୁ ହାଇଆଲର୍ଟରେ ରଖାଯାଇଛି । ସେନା କ୍ୟାମ୍ପ ,ଧାର୍ମିକସ୍ଥଳ ,ଥାନାରେ ଆକ୍ରମଣ ହେବାର ଆଶଙ୍କା କରାଯାଉଛି । ପୂର୍ବରୁ ସତର୍କ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି । ତିନି ଦିନ ପୂର୍ବରୁ ରଜୌରୀରେ ସେନା କ୍ୟାମ୍ପ ପାଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୪ ଆତଙ୍କବାଦୀ ଖସିପଳାଇ ଥିଲେ । ସେହିପରି ୪ ଯବାନ ସହିଦ ହୋଇଥିଲେ ।

Jammu and Kashmir

ତେବେ ସୂଚନା ଅନୁସାରେ ସୀମାପାରରୁ ଆତଙ୍କବାଦୀ ଦଳ ରଜୌରୀ-ପୁଞ୍ଚରେ ପ୍ରବେଶ କରିସାରିଛନ୍ତି । ଯେଉଁଥିରେ ମୋଟ ୬ ଜଣ ଆତଙ୍କବାଦୀ ରହିଛନ୍ତି । ସମସ୍ତେ ଲସ୍କର-ଏ-ତୋଏବାର ସଦସ୍ୟ ବୋଲି ସୂଚନା ମିଳିବା ପରେ ହାଇଆଲର୍ଟରେ ରହିଛି ରଜୌରୀ ଏବଂ ପୁଞ୍ଚ ।

2
ସୂଚନାଥାଉ କି ପୁଣି କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍‌ କରାଯାଉଛି । କାଶ୍ମୀ ଶୋପିଆନ୍‌ରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ କରିଛନ୍ତି । ପ୍ରଥମେ ଆତଙ୍କବାଦୀମାନେ ୨ ଭାଇଙ୍କୁ ସେମାନଙ୍କର ନାଁ ପଚାରି ଥିଲେ । ଯାହା ପରେ ସେ ଦୁଇଜଣଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ଭାଇ ପର୍ଟିମ୍ବର ନାଥଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+