Get Updates
Get notified of breaking news, exclusive insights, and must-see stories!

ସେନା ଗୁଳିରେ ନିହତ ଆତଙ୍କବାଦୀ, ୨ ଦିନ ପୂର୍ବରୁ କରିଥିଲା କାଶ୍ମୀରୀ ପଣ୍ଡିତଙ୍କ ହତ୍ୟା

ଭାରତୀ ସେନା ଗୁଳିରେ ନିହତ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପୁଲୱାମାର ଅବନ୍ତିପୋରାରେ ଆଜି ଭୋରୁ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି ।

terrorist

ଜାମ୍ମୁ କାଶ୍ମୀର: ଭାରତୀ ସେନା ଗୁଳିରେ ନିହତ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପୁଲୱାମାର ଅବନ୍ତିପୋରାରେ ଆଜି ଭୋରୁ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସେହିପରି ଗୁଳି ବିନିମୟରେ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି । ଅକିବ ମୁସ୍ତାକ୍ ଭଟ୍ଟ ନାମକ ଏହି ଆତଙ୍କବାଦୀ କିଛି ଦିନ ପୂର୍ବରୁ ପୁଲୱାମାରେ ୪୦ ବର୍ଷିୟ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଥିଲା, ଯିଏ ସ୍ଥାନୀୟ ବ୍ୟାଙ୍କରେ ସେକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ଅନୁସାରେ, ମୃତକ ଆତଙ୍କବାଦୀ ଜଣକ ପ୍ରଥମେ ଏଚଏସ୍ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲା । ବର୍ତ୍ତମାନ ସେ ଟିଆରଏଫ୍ ସହିତ କାର୍ଯ୍ୟ କରୁଥିଲା । ୨ଦିନ ପୂର୍ବରରୁ କାଶ୍ମୀର ପଣ୍ତିତ ସଞ୍ଜୟ ଶର୍ମାଙ୍କୁ ମୁସ୍ତାକ ଗୁଳି କରି ହାତ୍ୟା କରିଥିବା ନେଇ ସୂଚନା ଦେଇଥିଲା ପୋଲିସ । ନିହତ ଆତଙ୍କବାଦୀ ଅକିବ ମୁସ୍ତାକ୍ ଭଟ୍ଟ ଛଡା ଆଉ ଦୁଇ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛି ଭାରତୀ ସେନା । ଗତ ଦୁଇ ଦିନ ହେଲେ ପୁଲୱାମାର ପ୍ୟାଡଗାମରୋର ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+