ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ମୁହାଁମୁହିଁ: ୪ ଯବାନ ଗୁରୁତର ଆହତ
Kulgam & Kashmir News: କଶ୍ମୀରର କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । କୁଲଗାମ ଜିଲ୍ଲାର ଦେବସର ଅଞ୍ଚଳର ଆଦିଗାମ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଯାଞ୍ଚ ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ବିନିମୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଅପରେସନ ଜାରି ରହିଛି ।

ସୋସିଆଲ ମିଡିଆରେ ସୂଚନା ଦେଇ ଜାମ୍ମୁ କାଶ୍ମୀର ପୋଲିସ ଲେଖିଛି, "କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଛି। ପୋଲିସ ଏବଂ ସୁରକ୍ଷା ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଖୁବ ଶୀଘ୍ର ଅଧିକ ତଥ୍ୟ ସେୟାର କରାଯିବ।" ଏହି ସମୟରେ ଆତଙ୍କବାଦୀମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଛି ।
ଏହି ଅପରେସନରେ ସେନା, ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟ ଜଡିତ ଅଛନ୍ତି। ସମଗ୍ର ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଆତଙ୍କବାଦୀମାନେ କ୍ରମାଗତ ଭାବରେ ଜାମ୍ମୁ କାଶ୍ମୀରରେ ଅଶାନ୍ତି ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଉପତ୍ୟକାରେ କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଛି।












Click it and Unblock the Notifications