ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, 3 ଆତଙ୍କବାଦୀ ନିହତ
ଜାମ୍ମୁ କାଶ୍ମୀରର ଆୱାଣ୍ଟିପୋରାର ତ୍ରାଲ୍ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିୟମ ହୋଇଛି । ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଥିବା ଖବର ରହିଛି ।
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଆୱାଣ୍ଟିପୋରାର ତ୍ରାଲ୍ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିୟମ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଟିମ୍ ଏହି ଅପରେସନ କରୁଛନ୍ତି। ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ ହୋଇଥିବା ଖବର ରହିଛି ।
ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।

ଇନ୍ସପେକ୍ଟର ଜେନେରାଲ କାଶ୍ମୀର ବିଜୟ କୁମାର କହିଛନ୍ତି ଯେ, ସଂକ୍ଷିପ୍ତ ମୁକାବିଲାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତ୍ରାଲର ଏକ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ଏହା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ଉପରେ ଏକ ଘରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ଏହି ଗୁଳି ବିନିମୟରେ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଉଭୟ ପକ୍ଷରେ ଗୁଳି ଚଳାଇ 3ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
ବୁଧବାର ଦିନ ଆତଙ୍କବାଦୀନେ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ଭାରତୀୟ ସେନା କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସୈନିକ ଶହୀଦ ହୋଇଥିଲେ। ଏଥିରେ ତିନିଜଣ ଆହତ ହୋଇଥିଲେ। ତିନିଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହି ଆକ୍ରମଣକୁ 2021ର ପ୍ରଥମ ଆତଙ୍କବାଦୀ ଆକ୍ରମଣ ବୋଲି ମଧ୍ୟ କୁହାଯାଉଛି ।












Click it and Unblock the Notifications