ଜାମ୍ମୁ କାଶ୍ମୀର ଝେଲମ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା
Jammu Kashmir Boat Capsized: ଜାମ୍ମୁ କାଶ୍ମୀରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଶ୍ରୀନଗର ନିକଟସ୍ଥ ଝେଲମ ନଦୀରେ ଏକ ଡଙ୍ଗା ବୁ଼ଡି ଯିବା ଫଳରେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି ଏଥିରେ କିଛି ସ୍କୁଲ ପିଲା ମଧ୍ୟ ସାମିଲ ଥିବା ନେଇ ସୂଚନା ରହିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇ ସାରିଥିବା ବେଳେ ଆହୁରି ଅନେକ ଲୋକ ଫସି ରହିଥିବା ନେଇ ସୂଚନା ରହିଛି ।
Srinagar Admin launches rescue operation at Gandbal near Batwara where a boat capsized in the River Jhelum early this morning.
On the directions of the DC, Srinagar, Dr Bilal Mohi-Ud-Din Bhat, rescue teams reached the spot to safeguard the human lives@diprjk @DrBilalbhatIAS pic.twitter.com/jI4NwfZuOg
— Srinagar district administration (@srinagaradmin) April 16, 2024
ବାସ୍ତବରେ, ଗତ ୭୨ ଘଣ୍ଟା ମଧ୍ୟରେ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଜେଲମ୍ ନଦୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ବାନିହାଲର କିଶୱାରୀ ପାଥରରେ ବର୍ଷା ହେତୁ ସୋମବାର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତୟତ ପାଇଁ ବାଧକ ସାଜିଛି । ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ ଜଳ ସ୍ତର ବୃଦ୍ଧି ପାଇଥିଲା । ରିପୋର୍ଟ ଅନୁସାରେ, ଡଙ୍ଗାରେ ୧୦ ରୁ ୧୨ ଜଣ ସ୍କୁଲ ଛାତ୍ରଛାତ୍ରୀ ଥିଲେ ।












Click it and Unblock the Notifications