Jammu & Kashmir Attack: ଆକ୍ରମଣ ପରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ

ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଅର୍ଥାତ୍ TRF ଏହି ଆକ୍ରମଣର ଦାୟିତ୍ବ ନେଇଛି ।

ଗୁଳି ବିନିମୟ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ପହଲଗାମ ଆକ୍ରମଣରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ଏବଂ ୨ ଜଣ ସ୍ଥାନୀୟ ଆତଙ୍କବାଦୀ ସାମିଲ୍ ଥିଲେ । ପର୍ଯ୍ୟଟକଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ ଖବର ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବର ୨ ଦିନିଆ ଗସ୍ତ ବାତିଲ୍ କରି ବୁଧବାର ସକାଳେ ଭାରତ ଫେରି ଆସିଛନ୍ତି । ଏହି ଆତଙ୍କୀ ଆକ୍ରମଣରେ ନେପାଳ ଏବଂ ୟୁଏଇର ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ଏହାଛଡ଼ା ଜଣେ ଆଇବି ଅଫିସର ଏବଂ ଜଣେ ନୌସେନା ଅଧିକାରୀ ଲେଫ୍ଟିନାଣ୍ଟ୍ ବିନୟ ନରୱାଲଙ୍କୁ ମଧ୍ୟ ଆତଙ୍କୀ ଗୁଳି କରି ହତ୍ୟା କରିଛନ୍ତି ।

Jammu amp amp Kashmir Attack

ଗୃହମନ୍ତ୍ରୀ ଅମିତ୍ ଶାହ ଘଟଣାକୁ ଗମ୍ଭୀରତାର ସହ ନେଇ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଏହି ମିଟିଂରେ ସେନା ସମେତ ସିଆରପିଏଫ୍ , ଜମ୍ମୁ-କାଶ୍ମୀର ପୁଲିସ , ଉପରାଜ୍ୟପାଳ ମନୋଜ କୁମାର ସିହ୍ନା ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଯୋଡି ହେବେ ବୋଲି ସୂଚନା ରହିଛି । ଗୁଇନ୍ଦା ବିଭାଗ ମୁତାବକ ଆତଙ୍କୀ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିବାର ଉଦ୍ଦେଶ୍ୟରେ ଥିଲେ ଏବଂ ପର୍ଯ୍ୟଟକଙ୍କୁ ମାରି ମଧ୍ୟ ଦେଲେ । ଖରାକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକ କାଶ୍ମୀର ଘାଟିକୁ ବୁଲିବାକୁ ଆସନ୍ତି ଯାହାର ଫାଇଦା ଉଠାଇଲେ ଆତଙ୍କବାଦୀ । ଯୋଜନାବଦ୍ଧ ଭାବେ ଅନେକଙ୍କ ଜୀବନ ନେଇଗଲେ । ତେବେ ଆତଙ୍କୀ ଆକ୍ରମଣ ପରେ କୋକୁଆ ଭୟରେ ଅଛନ୍ତି ଲୋକେ । ଜମ୍ମୁ-କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ । ଶ୍ରୀନଗର ଏୟାରପୋର୍ଟରେ ଲାଗିଛି ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍ । ପ୍ରବଳ ଭିଡ଼ ଭିତରେ ଲୋକଙ୍କୁ ସୁରକ୍ଷିତ ସେବା ଯୋଗାଇ ଦେବା ପାଇଁ ଏୟାର ଇଣ୍ଡିଆର ୨ ଟି ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁସାରେ , ପର୍ଯ୍ୟଟକ ଘାଟିରେ ଅଶ୍ବାରୋହଣ କରିବା ସମୟରେ ଆତଙ୍କବାଦୀ ସେଠାରେ ପହଞ୍ଚିଥିଲେ ଏବଂ ପଞ୍ଜାବୀ ଭାଷାରେ ସେମାନଙ୍କୁ ଧର୍ମ ପଚାରିଥିଲେ । ସମସ୍ତଙ୍କ ପରିଚୟ ଜାଣିବା ପରେ ନରରାକ୍ଷସ ଆରମ୍ଭ କରିଥିଲେ ଗୁଳିବର୍ଷା । ପାଖାପାଖି ୫୦ ରାଉଣ୍ଡ ଫାୟାରିଂ କରି ନିରୀହଙ୍କୁ ମାରି ପକାଇଲେ ଆତଙ୍କବାଦୀ । ସୂତ୍ର ଅନୁସାରେ , ମୃତକଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ରହିଛନ୍ତି । ଏମିତିକି ନାଁ ପଚାରି ପଚାରି ଗୁଳି ମାରିଥିବା ଖବର ମଧ୍ୟ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+